ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୪.୮ ଲକ୍ଷଙ୍କୁ ସାର୍ଟିଫାଏଡ କରାଯାଇଛି

ଭୁବନେଶ୍ୱର: ଅଣସଂଗଠିତ କ୍ଷେତ୍ରର ଶ୍ରମ ଶକ୍ତିକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୪.୮ ଲକ୍ଷରୁ ଅଧିକ ଶ୍ରମ ଶକ୍ତିକୁ ସାର୍ଟିଫାଏଡ୍‌ କରାଯାଇଛି। ରେକଗ୍ନିସନ୍‌ ଅଫ୍‌ ପ୍ରାୟର ଲର୍ଣ୍ଣିଂ (ଆର୍‌ପିଏଲ୍‌) କାର୍ଯ୍ୟକ୍ରମରେ ଏହି ସବୁ ଲୋକମାନଙ୍କୁ ସାର୍ଟିଫାଏଡ କରାଯାଇଛି ।

ରାଜସ୍ଥାନର ଗାଲିଚା କାରିଗରଠାରୁ ଆରମ୍ଭ କରି ପଶ୍ଚିମ ବଙ୍ଗର ଚା’ ଉଦ୍ୟାନ କର୍ମଚାରୀ ପର୍ଯ୍ୟନ୍ତ ଦେଶର ୪୫୮ଟି ଜିଲ୍ଲାରେ ଆର୍‌ପିଏଲ୍‌ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୦ଟି କ୍ଷେତ୍ରର ୧୮୫ ପ୍ରକାର ଚାକିରି ଭୂମିକା ପାଇଁ ପ୍ରାର୍ଥୀମାନଙ୍କୁ ଗ୍ରହଣ, ଅନୁଧ୍ୟାନ ଏବଂ ସାର୍ଟିଫାଏଡ୍‌ କରାଯାଇଛି। ଏନ୍‌ଏସ୍‌କ୍ୟୁଏଫ୍‌ ସ୍ତର-୨ ଓ ତା’ଠାରୁ ଅଧିକ ୨୦୦୦ ଯୋଗ୍ୟ ପ୍ୟାକ୍‌ (ଚାକିରି ଭୂମିକା) ପାଇଁ ଆର୍‌ପିଏଲ୍‌ ଖୋଲା ରହିଛି ।

ଆର୍‌ପିଏଲ୍‌ ହେଉଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ନିର୍ମାଣ, ରାଜମିସ୍ତ୍ରୀ କାମ, ପାଣି ପାଇପ୍‌ କାମ, କାଠ କାମ ଏବଂ ଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ଏହା ଜରିଆରେ କାରିଗରମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯାଉଛି। ଏଥିରେ ପ୍ରାର୍ଥୀମାନଙ୍କୁ ୧୨ ଘଣ୍ଟାର ତାଲିମ କାର୍ଯ୍ୟକ୍ରମରେ ଲଘୁ ଦକ୍ଷତା, ଉଦ୍ୟମିତା ଏବଂ ଡିଜିଟାଲ ଓ ଆର୍ଥିକ ସାକ୍ଷରତାର ଶିକ୍ଷା ପ୍ରଦାନ କରାଯାଉଛି। ଦକ୍ଷତା ସାର୍ଟିଫିକେଟ୍‌ ବ୍ୟତୀତ ଏହି ତାଲିମ କାଯର୍‌ୟକ୍ରମରେ ଭାଗ ନେଉଥିବା ପ୍ରାର୍ଥୀଙ୍କୁ ୨୮୦୦ ଟଙ୍କାର ନଗଦ ରାଶି ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଉଛି ।

ଏ ସଂପର୍କରେ ରାଜେଶ ଅଗ୍ରୱାଲ୍‌, ଯୁଗ୍ମ ସଚିବ ଓ ସିଭିଓ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ, କହିଛନ୍ତି ଯେ, ‘ଅଣସଂଗଠିତ କ୍ଷେତ୍ରରେ ଦେଶର ପାଖାପାଖି ୮୦% ଜାତୀୟ ଆୟ ଓ ମୋଟ ଅର୍ଥନୀତି ରହିଛି। ଅଣ ସଂଗଠିତ କ୍ଷେତ୍ର ପ୍ରତି ଗଭୀର ସ୍ୱାର୍ଥ ପୋଷଣ କରି ନିର୍ଭର ଜୀବନଜୀବିକା ଗଠନ କରିବା ପାଇଁ ପିଏମ୍‌କେଭିୱାଇ ୨୦୧୬-୨୦ ଅଧୀନରେ ଆରପିଏଲ୍‌ କାର୍ଯ୍ୟକ୍ରମରେ ଅଣ ସଂଗଠିତ କ୍ଷେତ୍ରର ଦକ୍ଷତା ଓ ଜ୍ଞାନର ମାନଦଣ୍ଡ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର