ନାଗା ଉଗ୍ରପନ୍ଥୀଙ୍କ ଆକ୍ରମଣ : ୪ ଯବାନ ସହିଦ

ଗୌହାଟୀ : ନାଗାଲାଣ୍ଡରେ ଉଗ୍ରପନ୍ଥୀମାନେ ସୁରକ୍ଷା ବାହିନୀ ଉପରେ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଆସାମ ରାଇଫଲ୍ସର ୪ ଜଣ ଯବାନ ସହିଦ ହୋଇଥିବା ବେଳେ ୬ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଜିଲ୍ଲାର ଇବୋଇ ଅଂଚଳରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ସେନା ବାହିନୀ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ପାଟ୍ରୋଲିଂ ଚାଲିଥିବା ବେଳେ ଉଗ୍ରପନ୍ଥୀଙ୍କ ପକ୍ଷରୁ ଆଖିବୁଜା ଗୁଳିମାଡ଼ ହୋଇଥିଲା। ସେନା ମଧ୍ୟ ଏହାର କଡ଼ା ଜବାବ୍‌ ଦେଇଥିବା ବେଳେ,ଏହି ଘଟଣାରେ କେତେ ଉଗ୍ରପନ୍ଥୀ ମୃତାହତ ହୋଇଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ। ୨୦୧୫ ମେ’ ୩ ତାରିଖରେ ଖପଲାଙ୍ଗ ଉଗ୍ରପନ୍ଥୀଙ୍କ ଆକ୍ରମଣରେ ୮ ଜଣ ଆସାମ ରାଇଫଲ୍ସର ଯବାନ ସହିଦ ହୋଇଥିଲେ। ଆହତ ଯବାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିିଛି। ଉଗ୍ରପନ୍ଥୀଙ୍କୁ ନିପାତ କରିବା ପାଇଁ ଆସାମ ରାଇଫଲ୍ସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର