ଗୋଟିଏ ପରିବାରର ୪ ଜଣଙ୍କ ରହସ୍ୟଜନକ ମୃତ୍ୟୁ

ନୂଆଦିଲ୍ଲୀ: ଗୁର୍‌ଗାଓଁର ପଟୌଦି ସହରରେ ଆଜି ଗୋଟିଏ ପରିବାରର ୪ ଜଣଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ ପଟୌଦି ସହରସ୍ଥିତ ବ୍ରିଜପୁର ଗ୍ରାମରେ ୨୫ ବର୍ଷୀୟ ମନୀଷ ଗଡ଼, ପତ୍ନୀ ପିଙ୍କି ଏବଂ ମା’ ଫୁଲ୍‌ଓ୍ଵାଲିଙ୍କ ଏବଂ ଏକ ୩ ବର୍ଷୀୟା ଶିଶୁର ରହସ୍ୟଜନକ ମୃତ୍ୟୁ ଘଟିଛି। ମନୀଷ ଏବଂ ତାଙ୍କ ମା’ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାବେଳେ ମନୀଷଙ୍କ ପତ୍ନୀ ଏକ ସିଲିଂ ଫ୍ୟାନ୍‌ରେ ରଶି ଲଗାଇ ଝୁଲିଥିଲେ। ତାଙ୍କ ଗୋଡ଼ ଏବଂ ହାତରେ ଗଭୀର କଟା ଦାଗ ଥିଲା ବୋଲି ପଟୌଦି ପୁଲିସ କମିସନର ବେର ସିଂହ କହିଛନ୍ତି। ସେମାନଙ୍କର ୩ ବର୍ଷର ଝିଅ ଚାରୁ ଗୁରୁତର ଅବସ୍ଥାରେ ତଳେ ପଡ଼ିଥିବାବେଳେ ତାକୁ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ସେଠାରେ ତା’ର ମୃତ୍ୟୁ ହୋଇଯାଇଥିଲା। ତେବେ ସେମାନଙ୍କ ଦୁଇ ବର୍ଷର ପୁଅ ସେ ସମୟରେ ସ୍କୁଲ୍‌ରେ ଥିବାରୁ ସେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର