ଚୀନ୍‌ରେ କରୋନାଭାଇରସ୍‌ କ୍ୱାରେଣ୍ଟିନ୍‌ ହୋଟେଲ୍‌ ଭୁଶୁଡ଼ି ୪ ମୃତ; ୪୨ ଉଦ୍ଧାର

ସଙ୍ଘାଇ: ଚୀନ୍‌ର କ୍ୱାନ୍‌ଝୌ ସହରରେ ଶନିବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିବା ହୋଟେଲ୍‌ରେ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ଜରୁରୀ ପରିସ୍ଥିତି ପରିଚାଳନା ମନ୍ତ୍ରାଳୟ କହିଛି। ଏହି ହୋଟେଲ୍‌ରେ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଡାକ୍ତରୀ ତତ୍ତ୍ୱାବଧାନରେ ରଖାଯାଇଥିଲା।

ଏହାଛଡ଼ା ଭାଙ୍ଗିପଡ଼ିଥିବା ହୋଟେଲ୍‌ ମଧ୍ୟରୁ ରବିବାର ପୂର୍ବାହ୍ଣ ୧୦: ୩୦ ସୁଦ୍ଧା ୪୨ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିବା କଥା ମଧ୍ୟ ମନ୍ତ୍ରାଳୟ କହିଛି। ସେଠାରେ ରଖାଯାଇଥିବା ସମୁଦାୟ ଲୋକମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି, ୪ଜଣ ସାଙ୍ଘାତିକ ଆହତ ହୋଇଛନ୍ତି ଏବଂ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି।

Image Source: India Today

ପୁଲିସ ସେ ହୋଟେଲ୍‌ ଘରର ମାଲିକଙ୍କୁ ଡକାଇଛି। ଭୁଶୁଡ଼ିବା ସମୟରେ ସେ ଘରର ପ୍ରଥମ ମହଲାର ନବୀକରଣ କାର୍ଯ୍ୟ ଚାଲିଥିଲା।
ଶନିବାର ସନ୍ଧ୍ୟା ପ୍ରାୟ ୭: ୩୦ ମିନିଟ ସମୟରେ ଫୁଜିଆନ୍‌ ପ୍ରଦେଶରେ ୮୦ଟି କକ୍ଷ ଥିବା ଏହି ହୋଟେଲ୍‌ଟି ଭୁଶୁଡ଼ି ପଡ଼ିଥିଲା। ଏହାର ଭଗ୍ନସ୍ତପ ତଳେ ପ୍ରାୟ ୭୦ ଜଣ ଲୋକ ପୋତି ହୋଇ ପଡ଼ିଥିଲେ ବୋଲି ଖବର ମିଳିଥିଲା।

କରୋନାଭାଇରସ୍‌ ସଂକ୍ରମଣକୁ ପ୍ରତିରୋଧ ଓ ନିୟନ୍ତ୍ରଣ କରାଯିବା ଅଭିଯାନ ଚାଲିଥିବା ସମୟରେ ଏହି ଲୋକମାନେ ଫୁଜିଆନ୍‌ ପ୍ରଦେଶକୁ ଆସିଥିଲେ। ସେମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କଥା ଚୀନ୍‌ ସରକାରୀ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର