କୋଚି: ଗତକାଲି ରାତିରେ କେରଳରେ ଜଣେ ସଦିଗ୍ଧ ଆତଙ୍କବାଦୀକୁ ଅଦାଲତ ପରିସରରୁ ଗିରଫ କରି ଅଟକ ରଖିଥିବା ଜଣାଯାଇଛି ।ଅପରପକ୍ଷରେ ତାମିଲନାଡୁରେ କୋଏମ୍ବାଟୁର ପୋଲିସ ମଧ୍ୟ ୩ ଜଣ ସଦିଗ୍ଧଙ୍କୁ ଗିରଫ କରିଛି । ପୁଲିସ ସମସ୍ତଙ୍କୁ ପଚରାଉଚରା କରୁଛି । ଏଭଳି ଭାବେ ଏଯାଏଁ ୪ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏସଂପର୍କରେ ପୁଲିସ ମିଡିଆକୁ କିଛି ସୂଚନା ଦେଉନଥିବା କୁହାଯାଉଛି।
ସୂଚନାଯୋଗ୍ୟ ଲସ୍କର ଅନୁପ୍ରବେଶକୁ ନେଇ ଗୁଇନ୍ଦା ସଂସ୍ଥା ତରଫରୁ ହାଇଆଲର୍ଟ ଜାରି କରାଯିବା ପରେ କେରଳ ପୁଲିସ ଏବଂ ତାମିଲନାଡୁ ପୁଲିସ ସତର୍କତାର ସହ ଏହି ପଦକ୍ଷେପ ନେଇଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ମଧ୍ୟ ତାମିଲନାଡୁ ଏବଂ କେରଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
photo-the indian expressଲସ୍କର ସଂଗଠନର ୬ ଜଣ ଆତଙ୍କବାଦୀ ତାମିଲନାଡୁରେ ପ୍ରବେଶ କରିବା ନେଇ ରିପୋର୍ଟ ଆସିବା ପରେ ସେମାନଙ୍କୁ ପୁଲିସ ଅଟକ ରଖିଥିଲା।କେରଳ ପୁଲିସ ଡିଜି ଲୋକନାଥ ବେହେରା ଏହି ପ୍ରସଙ୍ଗରେ ବିଭିନ୍ନ ପୁଲିସ ଏସପିଙ୍କ ସହ ଏବେ ବି ଯୋଗାଯୋଗରେ ଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/terrorist-1-indiatoday.png)