କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ୪ ଓଡ଼ିଶା ଡାକ୍ତର ପୁରସ୍କୃତ

ନୂଆଦିଲ୍ଲୀ : ମାତୃ ସୁରକ୍ଷା ଯୋଜନାରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହୋଇଛନ୍ତି ୪ ଓଡ଼ିଶା ଡାକ୍ତର। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଦ୍ୱାରା ଏହି ୪ ଓଡ଼ିଶା ଡାକ୍ତର ପୁରସ୍କୃତ ହୋଇଛନ୍ତି। ସେମାନେ ହେଲେ- କୋରାପୁଟର ଡାକ୍ତର ଫେଡ୍‌ରିକ୍‌ ଷ୍ଟିଫେନ୍‌, ବାଲେଶ୍ୱରର ଡାକ୍ତର ଏସ୍‌.ଏନ୍‌. ସାହୁ, ଝାରସୁଗୁଡ଼ାର ଡାକ୍ତର ବୈରାଗିନୀ ବେହେରା ଓ କେନ୍ଦୁଝରର ଡାକ୍ତର ଚନ୍ଦ୍ରଭାନୁ ସେଠୀ। ପୁରସ୍କୃତ ହୋଇଥିବା ଏହି ୪ ଜଣ ଡାକ୍ତର ସରକାରୀ ହସ୍‌ପିଟାଲ ତଥା ସ୍ଥାନୀୟ ହସ୍‌ପିଟାଲମାନଙ୍କରେ ଗର୍ଭବତୀ ମହିଳାମାନଙ୍କର ଯାଞ୍ଚ ତଥା ସୁରକ୍ଷିତ ପ୍ରସବ ପାଇଁ ସ୍ୱେଚ୍ଛାକୃତ ଭାବେ ଦାୟିତ୍ୱ ନେଇଥାନ୍ତି।

ସମ୍ବନ୍ଧିତ ଖବର