ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାରେ ଦେଶ ବିରୋଧୀ ପୋଷ୍ଟ୍‍ ସେୟାର୍‌ କରି ହାଜତରେ ପଶିଲେ ୪ ଜମ୍ମୁ ଓ କଶ୍ମୀରୀ ଛାତ୍ରୀ

ଜୟପୁର: ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାକୁ ପ୍ରଶଂସା ପୂର୍ବକ ପାଳନ କରି ସାମାଜିକ ଗଣମାଧ୍ୟରେ ପୋଷ୍ଟ୍‍ ସେୟାର୍‌ କରିଥିବା ଘଟନାରେ ରାଜସ୍ଥାନରେ ପଢୁଥିବା ଜମ୍ମୁ ଓ କଶ୍ମୀରର ୪ ଜଣ ଛାତ୍ରୀଙ୍କୁ ଶନିବାର ଦିନ ପୁଲିସ ହାଜତକୁ ନେଇଛି।

ଜୟପୁରସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୪ ଝିଅ ହ୍ଵାଟ୍‌ସ୍‌ଆପ୍‌ରେ ଦେଶ ବିରୋଧୀ ବାର୍ତ୍ତା ସେୟାର୍‌ କରିଥିବା କାରଣରୁ ବିଶ୍ୱବିଦ୍ୟାଳୟରୁ ମଧ୍ୟ ବହିଷ୍କାର କରାଯାଇଛି। ପରେ ସେମାନଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା।

ଶନିବାର ଦିନ ଏକ ବିବୃତିରେ ଏନ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ ଏହି ଘଟନାକୁ ନିନ୍ଦା କରି କହିଛି କି, ଏ ଭଳି କାର୍ଯ୍ୟକଳାପକୁ ବିଶ୍ୱବିଦ୍ୟାଳୟ ସହ୍ୟ କରିବ ନାହିଁ। ସମ୍ପୃକ୍ତ ଛାତ୍ରୀମାନଙ୍କୁ କଲେଜ ଓ ହଷ୍ଟେଲ୍‌ରୁ ବହିଷ୍କାର କରାଯାଇଛି।

ବହିଷ୍କୃତ ଛାତ୍ରୀମାନେ ହେଲେ ତଲବୀନ ମଞ୍ଜୁର, ଇରା, ଜୋହରା ନାଜିର ଓ ଉଜ୍‌ମା ନାଜିର। ଆତଙ୍କବାଦୀମାନେ ପ୍ରତିଶୋଧ ନେଇଛନ୍ତି କହି ସେମାନେ ଆନନ୍ଦ ହେଉଥିଲେ।

ଘଟନା ପରେ ପେର ବିଶ୍ୱବିଦ୍ୟାଳୟରେ ପ୍ରତିବାଦକାରୀମାନେ ଛାତ୍ରୀମାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ଚାନ୍ଦଓ୍ଵାଜି ଥାନା ପୁଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର