ପୁଲ୍‌ଓ୍ଵାମାରେ ଏନ୍‌କାଉଣ୍ଟର୍‌: ୪ ଲଶ୍କର୍‌-ଏ-ତୈବା ଆତଙ୍କବାଦୀ ନିହତ

ଶ୍ରୀନଗର: ସୋମବାର ଦିନ ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ଲାସିପୋରା ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଆତଙ୍କବାଦୀମାନେ ଲଶ୍କର୍‌-ଏ-ତୈବା ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ବୋଲି ବିଶ୍ୱାସ କରାଯାଉଛି।

ଆଜି ପ୍ରତ୍ୟୁଷରେ ଆରମ୍ଭ ହୋଇଥିବା ଗୁଳି ବିନିମୟ କ୍ରମେ ଭୟାନକ ହୋଇଥିଲା।

ନିହତ ଆତଙ୍କବାଦୀଙ୍କର ପରିଚୟ ଜାଣିବାକୁ ଉଦ୍ୟମ କରାଯାଉଛି। ସେମାନଙ୍କ ପାଖରେ ଥିବା ଦୁଇଟି ଏକେ ରାଇଫଲ୍‌, ଗୋଟିଏ ଏସ୍‌ଏଲ୍‌ଆର୍‌ ଏବଂ ଗୋଟିଏ ପିସ୍ତଲ୍‌ ଉଦ୍ଧାର କରାଯାଇଛି।

ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍‌ କରାଯାଇ ତଲାସ ଅଭିଯାନ ଚାଲିଛି।

ସମ୍ବନ୍ଧିତ ଖବର