ଛିଡା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା କାର, ନିମିଷକ ମଧ୍ୟରେ ଗୋଟିଏ ପରିବାରର ଚାରିଜଣଙ୍କ ମୃତ୍ୟୁ

ମଥୁରା: ଉତ୍ତରପ୍ରଦେଶର ମଥୁରାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ହେତୁ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ୪ଜଣ କାନପୁରରେ ବସବାସ କରୁଥିଲେ। ସେମାନେ ଆଗ୍ରାରୁ ନୋଏଡା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ମଥୁରାର ରାୟା ଥାନା ଅଞ୍ଚଳସ୍ଥ ଯମୁନା ଏକ୍ସପ୍ରେସ୍‌ େଓ୍ଵରେ ରବିବାର ଘଟିଛି। ଏଠାରେ ଏକ କାର ଏକ୍ସପ୍ରେସ୍‌ େଓ୍ଵରେ ଛିଡା ହୋଇଥିବା ଟ୍ରକ୍‌ ସହିତ ଧକ୍କା ଖାଇଥିଲା। ଏହି ଦୁର୍ଘଟଣା ଏତେ ଭୟାବହ ଥିଲା ଯେ କାରରେ ଥିବା ଗୋଟିଏ ପରିବାର ଚାରଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଏମାନେ ହେଲେ ମହମ୍ମଦ ମହମୁଦଦିନ, ଅବଦୁଲ ରହିମମ, ଶାହଜହା ବେଗମ ଓ ଶାହଜହା। ଏହି ଦୁର୍ଘଟଣା ଘଟିବା ଖବର ସ୍ଥାନୀୟଲୋକ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ କାର ଭିତରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଗୋଟିଏ ପରିବାରର ଚାରିଜଣଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେମାନଙ୍କ ପରିବାରରେ ଶୋକକୂଳ ବାତାବରଣ ଖେଳି ଯାଇଥିଲା। ପୁଲିସ ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର