୨୪ ଘଣ୍ଟାରେ ୪ଟି ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ : ୨୪ ଘଣ୍ଟା ମଧ୍ୟରେ ୪ଟି ବିମାନର ଜରୁରୀ ଅବତରଣ ହୋଇଛି। ଏହି ବିମାନଗୁଡ଼ିକରେ ଥିବା ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି। ଆଜି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଆଇଏକ୍ସ ୨୪୭ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। ଆଜି ସକାଳେ ଦିଲ୍ଲୀ ଅଭିମୁଖେ ଆସୁଥିବା ସ୍ପାଇସ୍‌ ଜେଟ୍‌ ବିମାନ ବାରଣାସୀ ବିମାନବନ୍ଦରର‌େ ଜରୁରୀ ଅବତରଣ କରିଥିଲା। ହଂକଂରୁ ଆସୁଥିବା ଏହି ବିମାନରେ ୧୪୦ ଜଣ ଯାତ୍ରୀ ଥିଲେ। ଗତ ରାତିରେ ଏୟାର ଇଣ୍ଡିଆର ଏକ ବିମାନରୁ ତେଲ ଲିକ୍‌ ହେବା ପରେ କୋଲ୍‌କାତା ବିମାନବନ୍ଦରରେ ଜରୁରୀ ସ୍ଥିତି ଘୋଷଣା କରାଯାଇଥିଲା। ଏୟାର ଇଣ୍ଡିଆ ବିମାନ ଏଆଇ ୩୩୫ ଦିଲ୍ଲୀରୁ ବ୍ୟାଙ୍କକ୍‌ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ସମସ୍ୟା ଉପୁଜିଥିଲା। ଗତକାଲି କୋଲ୍‌କାତା-ଚେନ୍ନାଇ ଇ‌ଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁ ଚେନ୍ନାଇ ଫେରିଆସି ଜରୁରୀ ଅବତରଣ କରିଥିଲା।

ସମ୍ବନ୍ଧିତ ଖବର