ଟିଡିପିରେ ଘନେଇଲା ସଂକଟ : ଦଳ ଛାଡିଲେ ୪ ରାଜ୍ୟସଭା ଏମପି, ବିଜେପିରେ ମିଶିବା ସମ୍ଭାବନା

ନୂଆଦିଲ୍ଲୀ : ରାଜ୍ୟସଭାରେ ତେଲଗୁଦେଶମ ପାର୍ଟି(ଟିଡିପି)କୁ ଏକ ଶକ୍ତ ଧକ୍କା ଲାଗିଛି । ରାଜ୍ୟସଭାରେ ଟିଡିପିର ମୋଟ ୬ ଜଣ ସଦସ୍ୟ ଥିବାବେଳେ ତାମଧ୍ୟରୁ ୪ ଜଣ ସଦସ୍ୟ ବିଜେପିରେ ମିଶିବାର ସମ୍ଭାବନା ରହିଛି । ଏହି ୪ ଜଣଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ୍ଵାଇଏସ ଚୌଧୁରୀ, ସିଏମ ରମେଶ, ଟିଜି ଭେଙ୍କଟେଶ ଓ ଜି. ମୋହନ ରାଓ ।

ସେମାନେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ପତ୍ର ଲେଖି ସେମାନଙ୍କୁ ଏକ ସ୍ୱତନ୍ତ୍ର ଗୋଷ୍ଠୀ ହିସାବରେ ସ୍ୱୀକୃତୀ ଦେବାକୁ କହିଛନ୍ତି । ଏହା ଫଳରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ଶକ୍ତ ଧକ୍କା ଲାଗିଛି । କାରଣ ଦଳଛାଡିଥିବା ସଦସ୍ୟମାନେ ନାଇଡୁଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ।
ଏହି ୪ ଜଣ ରାଜ୍ୟସଭା ସଦସ୍ୟ ଦଳ ଛାଡିବା ପରେ ଟିଡିପିରେ ସଂକଟ ବଢିଯାଇଛି । କାରଣ ଲୋକସଭାରେ ଟିଡିପିର ମାତ୍ର ୩ଜଣ ସଦସ୍ୟ ଅଛନ୍ତି । ସେହିପରି ରାଜ୍ୟ ବିଧାନସଭାରେ ଏହାର ମାତ୍ର ୨୩ ବିଧାୟକ ଅଛନ୍ତି ।

ସମ୍ବନ୍ଧିତ ଖବର