ଭାରତର ଆକ୍ରମଣ ଭୟରେ ପାକ-ଅଧିକୃତ କାଶ୍ମୀରରେ ବନ୍ଦ ହେଲା ୪ ଆତଙ୍କବାଦୀ କ୍ୟାମ୍ପ

ନୂଆଦିଲ୍ଲୀ : ଗତ ଫେବ୍ରୁଆରୀ ୨୬ରେ ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ତାନର ବାଲାକୋଟରେ କରାଯାଇଥିବା ଏୟାରଷ୍ଟ୍ରାଇକ ପରେ ପାକିସ୍ତାନରେ ଛନକା ପଶିଯାଇଛି । ଆତଙ୍କବାଦୀ ସଂଗଠନମାନଙ୍କ ମଧ୍ୟରେ ବି ଭୟ ସଂଚାର ହୋଇଛି । ଯଦି ପାକିସ୍ତାନ ଆଭ୍ୟନ୍ତରୀଣ ଅଂଚଳରେ ଥିବା ଅତିସୁରକ୍ଷିତ କ୍ୟାମ୍ପ ଉପରେ ଆକ୍ରମଣ ହୋଇପାରୁଛି, ପାକ ଅଧିକୃତ କାଶ୍ମୀରରେ ଥିବା କ୍ୟାମ୍ପଗୁଡ଼ିକର ସୁରକ୍ଷା କଥା ପଚାରେ କିଏ ?

ଏହାକୁ ଦୃଷ୍ଟିରେ ରଖି ପାକ-ଅଧିକୃତ କାଶ୍ମୀରରେ ଥିବା ୪ଟି ପ୍ରମୁଖ ଆତଙ୍କବାଦୀ କ୍ୟାମ୍ପକୁ ବନ୍ଦ କରିଦିଆଯାଇଛି । ଏ ସଂପର୍କରେ ଗତ ୧୬ ତାରିଖରେ ପାକ ଅଧିକୃତ କାଶ୍ମୀରରେ ଥିବା ନିକିଆଲଠାରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ପାକ ସେନା, ଆଇଏସଆଇ ଓ ବିଭିନ୍ନ ଆତଙ୍କବାଦୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏସବୁ କ୍ୟାମ୍ପଗୁଡ଼ିକୁ ଜୈସ, ଲସ୍କର, ହିଜବୁଲ ମୁଜାହିଦ୍ଦିନ ଆଦି ସଂଗଠନ ଚଳାଉଛନ୍ତି । କୋଟଲି, ନିକିଆଲ ଆଦି ଅଂଚଳରେ ଏସବୁ କ୍ୟାମ୍ପ ଅବସ୍ଥିତ ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ସୂଚନା ଦେଇଛନ୍ତି । ତେବେ ଏହି କ୍ୟାମ୍ପ ଗୁଡ଼ିକ ସାମୟିକ ଭାବେ ବା ସ୍ଥାୟୀଭାବେ ବନ୍ଦ କରାଯାଇଛି ତାହା ଜଣାପଡିନାହିଁ ।

ସମ୍ବନ୍ଧିତ ଖବର