ବିଛଣା ତଳୁ ପିସ୍ତଲ ପାଇ ଅନ୍ତଃସତ୍ତ୍ୱା ମାଆଙ୍କ ମୁହଁକୁ ଗୁଳି ମାରିଲା ୪ ବର୍ଷିୟ ପୁଅ

ସିଟଲ୍‌: ଓ୍ଵାସିଂଟନ୍‌ ଷ୍ଟେଟ୍‌ ଆପାର୍ଟମେଣ୍ଟ୍‌ରେ ଜଣେ ୪ ବର୍ଷର ବାଳକ ବିଛଣା ତଳୁ ଗୋଟାଏ ଗୁଳିଭରା ପିସ୍ତଲ ପାଇ ନିଜ ଅନ୍ତଃସତ୍ତ୍ୱା ମାଆଙ୍କ ମୁହଁରେ ଗୁଳି ମାରିଥିବା କଥା ରବିବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

କିଙ୍ଗ୍‌ କାଉଣ୍ଟି ସେରିଫ୍‌ ମୁଖପାତ୍ର ସର୍ଜେଣ୍ଟ୍‌ ରିୟାନ୍‌ ଏବୋଟ୍‌ କହିଛନ୍ତି: ଶନିବାର ଦିନ ୨୭ ବର୍ଷୀୟ ମହିଳା ଏବଂ ତାଙ୍କ ପ୍ରେମିକ ଟେଲିଭିଜନ୍‌ ଦେଖୁଥିବା ବେଳେ ତାଙ୍କ ପୁଅ ମ୍ୟାଟ୍ରେସ୍‌ ଏବଂ ବକ୍ସ୍‍ ସ୍ପ୍ରିଙ୍ଗ୍‌ ତଳୁ ପିସ୍ତଲ ପାଇଥିଲା। ସେ ଏମିତି ତା’ ମାଆଙ୍କ ମୁହଁକୁ ଗୁଳି ମାରିଦେଲା।

ଆଠମାସ ଗର୍ଭ ଥିବା ସେ ମହିଳାଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଦେଖା ଦେବା ପରେ ସେଠାରୁ ରବିବାର ଦିନ ଅନ୍ୟ ଏକ ଡାକ୍ତରଖାନାକୁ ନିଆଯାଇଥିଲା।

ପିସ୍ତଲଟି ଚୋରା କି, ଅଣପଞ୍ଜିକୃତ ନୁହେଁ। ଆତ୍ମରକ୍ଷା ନିମନ୍ତେ ସେ ପିସ୍ତଲଟି ଜଣକ ଠାରୁ ମାଗି ଆଣିଥିବା କଥା ପୁଲିସକୁ କହିଛନ୍ତି।

କିନ୍ତୁ, ତାହାକୁ ନିରାପଦ ଭାବେ ରଖି ନ ଥିବା କାରଣରୁ ସେ ବ୍ୟକ୍ତିଜଣକ ଅପରାଧିକ ମାମଲାରେ ପଡ଼ିବେ। ଘଟନାର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର