ବ୍ରୁମାଣ୍ଡିହ୍ନୋ: ଦକ୍ଷିଣପୂର୍ବ ବ୍ରାଜିଲ୍ରେ ଖଣିରୁ ବାହାରୁ ଥିବା ଆବର୍ଜନା ଭରା ଏକ ଜଳଭଣ୍ଡାର ଶୁକ୍ରବାର ଦିନ ଭୁଶୁଡ଼ି ପଡ଼ିବାରୁ ୪୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହେଲିକାପ୍ଟର୍ରେ ଉଡ଼ି ତଲାସକରୁଥିବା ଲୋକେ ଓ ତଳେ କାଦୁଅରୁ ଉଦ୍ଧାରକାରୀମାନେ ଅଧିକ ଶବ ଠାବ ଓ ଉଦ୍ଧାର କରିବାର ଆଶଙ୍କା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ହିସାବ ଅନୁସାରେ ଏବେ ସେଠାରେ ୩୦୦ ଲୋକ ନିଖୋଜ ଅଛନ୍ତି। ସହରର ଅନେକ ପରିବାର ସେମାନଙ୍କର ପ୍ରିୟଜନଙ୍କ ସମ୍ବନ୍ଧରେ ଖବର ପାଇବାକୁ ଉତ୍କର୍ଣ୍ଣ ହୋଇ ଅପେକ୍ଷା କରିଛନ୍ତି।
ବ୍ରାଜିଲୀୟ ଖଣି କମ୍ପାନି ଭେଲେ ମାଲିକାନାରେ ଓ ପରିଚାଳନାରେ ଥିବା ଖଣି ପରିସର ମଧ୍ୟରେ ଶୁକ୍ରବାର ଅପରାହ୍ଣରେ ମଧ୍ୟହ୍ନ ଭୋଜନ ଖାଉଥିବା ସମୟରେ ଜଳ ଭଣ୍ଡାର ଭୁଶୁଡ଼ି ପଡ଼ିବାରୁ ଲୋହିତ-ବାଦାମୀ ରଙ୍ଗର କାଦୁଅର ସ୍ରୋତ ମାଡ଼ି ଆସି ସେମାନଙ୍କୁ ପୋତି ପକାଇଥିଲା।
ଯେଉଁମାନଙ୍କ ଲାଗି ଜଳଭଣ୍ଡାର ଭୁଶୁଡ଼ିଲା ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ମିନାସ୍ ଗେରାଇସ୍ ଷ୍ଟେଟ୍ର ଗଭର୍ଣ୍ଣର୍ ରୋମେଉ ଜେମା ପ୍ରତିଶ୍ରୁତି ଦେଇଛନ୍ତି।