ଝାଡ଼ଖଣ୍ଡ ସଶସ୍ତ୍ର ପୁଲିସ୍‌ ବାହିନୀ ଟ୍ରେନିଂ କ୍ୟାମ୍ପରେ ବିଷାକ୍ତ ଖାଦ୍ୟ ଖାଇ ୪୦ ଯବାନ ଗୁରୁତର; ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

ରାଞ୍ଚି: ବିଷାକ୍ତ ଭୋଜନ ଖାଇ ଝାଡ଼ଖଣ୍ଡ ସଶସ୍ତ୍ର ପୁଲିସ୍‌ ବାହିନୀର ଏକ ଟ୍ରେନିଂ କ୍ୟାମ୍ପର ୪୦ ଜଣ ଯବାନ ଗୁରୁତର ହେବା ସହ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଝାଡ଼ଖଣ୍ଡ ହଜାରିବାଗ୍‌ର ପଦ୍ମା ଅଞ୍ଚଳରେ ଥିବା ଝାଡ଼ଖଣ୍ଡ ସଶସ୍ତ୍ର ପୁଲିସ୍‌ ବାହିନୀର ଏକ ଟ୍ରେନିଂ କ୍ୟାମ୍ପରେ ଗତ ଗୁରୁବାର ରାତିରେ ରାତ୍ରି ଭୋଜନ ଖାଇ ସାରିବା ପ୍ରାୟ ୪୦ ଜଣ ଯବାନ ଗୁରୁତର ହୋଇ ପଡ଼ିଥିଲେ। ପେଟରେ ପ୍ରବଳ ଯନ୍ତ୍ରଣା ସହ ସେମାନଙ୍କର ବାନ୍ତି ହୋଇଥିଲା। ଫଳରେ ସଙ୍ଗେସଙ୍ଗେ ସେମାନଙ୍କୁ ଚିକିତ୍ସା ପାଇଁ ହଜାରିବାଗ୍‌ ମେଡ଼ିକାଲ କଲେଜରେ ଭର୍ତ୍ତି କରା ଯାଇଥିଲା। ଚିକିତ୍ସା ପରେ ଏବେ ସମସ୍ତ ଯବାନ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତେବେ, ଯବାନମାନେ ରାତ୍ରି ଭୋଜନରେ ଖାଇଥିବା ଖାଦ୍ୟ ବିଷାକ୍ତ (ଫୁଡ଼୍‍ ପଏଜନିଂ) ହୋଇ ପଡ଼ିଥିବାରୁ ଏପରି ଘଟଣା ଘଟିଥିବା ଅସୁସ୍ଥ ଯବାନମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

Times of India

ଏହି ଘଟଣାପରେ ଯବାନମାନଙ୍କ ପାଇଁ ରାତ୍ରି ଭୋଜନ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ମଧ୍ୟରୁ ଏକ ଟିଟିପିଟିକୁ ବାହାର କରା ଯାଇଥିବା ଜାଣିବାକୁ ମିଳିଛି। ଝାଡ଼ଖଣ୍ଡ ପୁଲିସ୍‌ ସଂଘ ଏହି ଘଟଣାର ଘୋର ନିନ୍ଦା କରିଛି।

ସମ୍ବନ୍ଧିତ ଖବର