ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ, ଆପଣ ବି ବଗିଚାରେ ଲଗାଇପାରିବେ

ନ୍ୟୁୟର୍କ : ସାଧାରଣ ଭାବେ କୁହାଯାଇଥାଏ ଯେ ଗୋଟିଏ ଗଛରେ ଗୋଟିଏ ପ୍ରକାରର ହିଁ ଫଳ ଫଳିଥାଏ | କିନ୍ତୁ ଏମିତି ଏକ ଗଛ ବି ଅଛି ଯେଉଁଥିରେ ଗୋଟିଏ କି ଦୁଇଟି ନୁହେଁ ବରଂ ୪୦ ପ୍ରକାରର ଫଳ ଫଳୁଛି | ଆମେରିକାର ଜଣେ ଉଦ୍ଭିଦ ବିଜ୍ଞାନୀ ଏଭଳି ଏକ ଗଛକୁ ବିକଶିତ କରିଛନ୍ତି | ଯେଉଁଥିରେ ୪୦ ପ୍ରକାରର ଭିନ୍ନ ଭିନ୍ନ ଫଳ ଫଳୁଛି |

ଏହି ଗଛର ନାମ ନାମ ‘ଟ୍ରି ଅଫ ୪୦’ ବା ‘୪୦ ର ବୃକ୍ଷ’ ବୋଲି ରଖାଯାଇଛି | ଏଥିରେ ବରକୋଳି,ଚେରି,କମଳା ଭଳି ୪୦ ପ୍ରକାରର ଫଳ ଫଳୁଛି | ତେବେ ଯଦି ଆପଣ ଏହି ଗଛ ଆପଣଙ୍କ ବଗିଚାରେ ଲଗାଇବାକୁ ଚାଁହୁଛନ୍ତି, ଆପଣଙ୍କୁ ମୋଟା ରକମର ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ଏହି ଗଛଟିର ମୂଲ୍ୟ ୧୯ ଲକ୍ଷ ଟଙ୍କା ରହିଛି |

ଆମେରିକାର ସେରକ୍ୟୁଜ ବିଶ୍ୱବିଦ୍ୟାଳୟର ପ୍ରଫେସର ସେମ ବର୍ନ ଏହି ଗଛକୁ ପ୍ରସ୍ତୁତ କରିବା ପାଇଁ ଆଧୁନିକ ବିଜ୍ଞାନର ସହାୟତା ନେଇଥିଲେ | ୨୦୦୮ରେ ସେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ | ବିଶେଷ କରି ଉଦ୍ଭିଦ ବିଜ୍ଞାନର ଗ୍ରାଫ୍ଟିଙ୍ଗ ପ୍ରକ୍ରିୟାରେ ଗୋଟିଏ ଗଛରେ ଏତେ ପ୍ରକାର ଫଳ ଫଳେଇପାରୁଛନ୍ତି |

ସମ୍ବନ୍ଧିତ ଖବର