୪୦୦ କଶ୍ମିରୀ ବନ୍ଦୀଙ୍କୁ ହରିୟାଣା ଜେଲରେ ରଖାଯିବ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ଆଇନଶୃଙ୍ଖଳା ଭଙ୍ଗ ଆଶଙ୍କାରେ ଜେଲରେ ବନ୍ଦୀ କରିଥିବା ଶହ ଶହ ବିଚ୍ଛିନ୍ନତାବାଦୀ ଓ ଆନ୍ଦୋଳନକାରୀଙ୍କୁ ଭାରତର ଅନ୍ୟ ରାଜ୍ୟରେ ଥିବା ବିଭିନ୍ନ ଜେଲକୁ ପଠାଇଦେଉଛନ୍ତି । ପୂ୍‌ର୍ବରୁ କେତେକ ବନ୍ଦୀଙ୍କୁ ଉତ୍ତରପ୍ରଦେଶର ଆଗ୍ରା ସେଣ୍ଟ୍ରାଲ ଜେଲକୁ ପଠାଇଦିଆଯିବା ପରେ ଆଜି ମିଳିଥିବା ସୂଚନା ଅନୁସାରେ ପ୍ରାୟ ୪୦୦ ବନ୍ଦୀଙ୍କୁ ହରିୟାଣାର ବିଭିନ୍ନ ଜେଲକୁ ପଠାଇଦିଆଯିବ ।

ଏଥିପାଇଁ ବ୍ୟବସ୍ଥା କରିବାକୁ ହରିୟାଣା ଜେଲ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ହରିୟାଣାର ଝାଝର ଜେଲରେ ୭୦, କର୍ନାଲ ଜେଲରେ ୮୦,ଯମୁନାନଗରରେ ୫୦ ଓ ଫରିଦାବାଦରେ ସର୍ବାଧିକ ୨୦୦ କାଶ୍ମିରୀ ବନ୍ଦୀଙ୍କୁ ରଖିବା ଲାଗି ବ୍ୟବସ୍ଥା କରାଯାଉଛି । ଏସବୁ ଜେଲଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଉଛି । ଏହି ଜେଲଗୁଡ଼ିକର ସୁରକ୍ଷା ପାଇଁ ଅର୍ଦ୍ଧସାମରିକ ବାହିନୀର ଜବାନ ମାନଙ୍କୁ ମୁତୟନ କରାଯାଉଛି ବୋଲି ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର