ଉହାନ୍‌ ଫେରନ୍ତା ୪୦୬ ବିପଦମୁକ୍ତ

ନୂଆଦିଲ୍ଲୀ : ଚୀନ୍‌ର ଉହାନ୍‌ରୁ ଭାରତ ଫେରିଥିବା ଲୋକଙ୍କ ମଧ୍ୟରୁ ୪୦୬ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଉହାନ୍‌ରୁ ଭାରତ ଫେରିବା ପରେ ସମସ୍ତଙ୍କୁ ଆଇଟିବିପିର ଦିଲ୍ଲୀର ଛାୱଲା ସ୍ଥିତ ସ୍ବତନ୍ତ୍ର ରହଣି କେନ୍ଦ୍ରରେ ରଖାଯାଇଥିଲା। ବ୍ୟାପକ ପରୀକ୍ଷା ଓ ଯାଞ୍ଚ ପରେ ସମସ୍ତ ଭାରତୀୟ କରୋନା ଭାଇରସ୍‌ ମୁକ୍ତ ବୋଲି ଜଣାପଡ଼ିଥିବାରୁ ଆସନ୍ତକାଲିଠାରୁ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଘରକୁ ପଠାଯିବ ବୋଲି ଜଣାପଡ଼ିଛି। ଆଇଟିବିପି ପ୍ରବକ୍ତା ଆଜି କହିଛନ୍ତି ଯେ ସମସ୍ତ ୪୦୬ ଭାରତୀୟ ସଂପୂର୍ଣ୍ଣ କରୋନା ମୁକ୍ତ ଅଛନ୍ତି ଏବଂ ଜଣେ ବି ସନ୍ଦିଗ୍ଧ ନାହାନ୍ତି।

ସମ୍ବନ୍ଧିତ ଖବର