୪୩ ଭାରତୀୟ ମତ୍ସ୍ୟଜୀବୀକୁ ଗିରଫ କଲା ପାକିସ୍ତାନ

ଇସଲାମାବାଦ: ୪୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ଆଜି ଗିରଫ କରିଥିବା ପାକ୍‌ ସାମୁଦ୍ରିକ ସୁରକ୍ଷାବିଭାଗ ସୂଚନା ଦେଇଛି। ଏହି ମତ୍ସ୍ୟଜୀବୀଙ୍କୁ ପୁଲିସ୍‌କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଆରବସାଗରରେ ପାକିସ୍ତାନର ସମରାଭ୍ୟାସ ଚାଲିଥିବା ବେଳେ ଏହି ମତ୍ସ୍ୟଜୀବୀମାନେ ତାଙ୍କ ସୀମାରେଖାରେ ପ୍ରବେଶ କରିବାରୁ ସେମାନଙ୍କୁ ଗିରଫ କରାଯାଇଥିବା ପାକିସ୍ତାନ କହିଛି। ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ମିଳିଥିବା ଖବର ମୁତାବକ, ଗୁରୁବାର ରାତିରେ ଆରବ ସାଗରର ପାକିସ୍ତାନ ସୀମାରେ ଏହି ମତ୍ସ୍ୟଜୀବୀମାନେ ମାଛ ଧରୁଥିବା ପାକିସ୍ତାନ ଅଭିଯୋଗ କରିଛି। ତେଣୁ ୪୩ ଜଣଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରିଥିବା ୭ଟି ଡଙ୍ଗାକୁ ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ସେନା ଜବତ କରିଛି। ଗତମାସରେ ପାକିସ୍ତାନ ୧୪୪ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର