ଦେଶର ୪୮ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓ ୧୧ ପ୍ରତିଶତ ରାହୁଲ୍ ଗାନ୍ଧିଙ୍କୁ ପସନ୍ଦ କରନ୍ତି : ଅନଲାଇନ୍ ସର୍ଭେ

ନୂଆଦିଲ୍ଲୀ : ମୋଦି ସରକାର ନିଜର ୪ବର୍ଷ ପୂରଣ କରିବା ପାଇଁ ଯାଉଛନ୍ତି । ତେବେ ଅନେକ ସମୟରେ ବିରୋଧୀମାନେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ଚେଷ୍ଟା କରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ମୋଦିଙ୍କ ଲୋକପ୍ରିୟତା କମିଛି ନା ପୂର୍ବବତ ଅପରିବର୍ତ୍ତିତ ରହିଛି ତାହା ଜାଣିବା ପାଇଁ ଏକ ଜନମତ ସର୍ଭେ କରାଯାଇଥିବା ସୂଚନା ମିଳିଛି । ସର୍ଭେ ଅନୁସାରେ ବର୍ତ୍ତମାନ ସମୟରେ ବି ମୋଦିଙ୍କୁ ଲୋକେ ପସନ୍ଦ କରୁଛନ୍ତି । ଏହି ଅନଲାଇନ ସର୍ଭେରେ ଦେଶର ମୋଟ ୭୧୨ ଜିଲ୍ଲାକୁ ସାମିଲ୍ କରାଯାଇଥିଲା। ଏହି ସର୍ଭେରେ ପାଖାପାଖି ୫୭ ଲକ୍ଷ ଲୋକ ମୋଦିଙ୍କୁ ପସନ୍ଦ କରିଛନ୍ତି । ଏହି ସର୍ଭେପର ପାଖାପାଖି ୯୨୩ ନେତାଙ୍କ ନାମ ସାମିଲ କରାଯାଇଥିଲା।

ମୋଦିଙ୍କୁ ଏହି ସର୍ଭେରେ ୪୮ ପ୍ରତିଶତ ଭୋଟ ମିଳିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୧୧ ପ୍ରତିଶତ ଭୋଟ ପାଇ ୨ୟ ସ୍ଥାନରେ ରହିଛନ୍ତି । ଏହାପରେ ୩ୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ୫ମରେ ଅଖିଳେଶ ଯାଦବ, ଷଷ୍ଠରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ୭ମ ସ୍ଥାନରେ ରାଜ୍ୟସଭା ସାଂସଦ ମାୟାବତୀ ରହିଥିବା ସୂଚନା ମିଳିଛି । ତେବେ ଏହି ସର୍ଭେରେ ଓଡିଶା, ବିହାର ମୁଖ୍ୟମନ୍ତ୍ରୀଙ୍କ ସମେତ ସିପିଆଇର ମହାସଚିବ ସୀତାରାମ ଚୈାଧୁରୀ, ଏନସିପିର ପ୍ରମୁଖ ଶରଦ ପାୱାରଙ୍କ ସହ ଦେଶର ଅନେକ ନେତାଙ୍କ ନାମ ଏଠାରେ ସାମିଲ କରାଯାଇଥିଲା । ଏହି ସର୍ଭେରେ ସାମିଲ ହୋଇଥିବା ଲୋକମାନେ ମହିଳା ସଶକ୍ତି କରଣ, କୃଷକଙ୍କ ସମସ୍ୟା, ଆର୍ଥିକ ଅସମାନତା, ଛାତ୍ରମାନଙ୍କ ପାଠପଢାର ଦେଖାଯାଉଥିବା ସମସ୍ୟା, ସ୍ୱାସ୍ଥ୍ୟ ସେବାରେ ଦେଖାଯାଉଥିବା ଅସୁବିଧା ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା ।

DNA India

କେବଳ ଏତିକି ନୁହେଁ, ଅଭିନେତା ଅକ୍ଷୟ କୁମାର ଓ ପୂର୍ବତନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ୍ ରାଜନଙ୍କ ସମେତ ଟିଭି ସାମ୍ବାଦିକ ରବିଶ କୁମାର ରାଜନୈତିକ ବ୍ୟକ୍ତିଙ୍କ ଭଳି ଜଣାଶୁଣା ବୋଲି କେତେକ ଲୋକ କହିଥିଲେ । ତେବେ ଏହି ସର୍ଭେ ସୋମବାରଠାରୁ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ୨୦୧୩ ମସିହାରେ ମଧ୍ୟ ଏହିଭଳି ଭାବରେ ଏକ ସର୍ଭେ କରାଯାଇଥିଲା । ସେହି ସମୟରେ ସାରାଦେଶରେ ମୋଦିଙ୍କୁ ଅଧିକ ଲୋକପ୍ରିୟ କୁହାଯାଉଥିଲା । ତେବେ ଏହାପରେ ମୋଦି ୨୦୧୪ ସାଧାରଣ ନିର୍ବାଚନରେ ଜିତିବା ପରେ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ।

ସମ୍ବନ୍ଧିତ ଖବର