ଆଦିବାସୀ କଂଗ୍ରେସରେ ୪ ଓଡ଼ିଆ ନେତା ସାମିଲ୍‌

ନୂଆଦିଲ୍ଲୀ : ଗତବର୍ଷ ଜୁନ୍‌ ୧ ତାରିଖରେ ଏଆଇସିସିର ଅନୁସୂଚିତ ଜନଜାତି ବିଭାଗର ନାମ ପରିବର୍ତ୍ତନ କରାଯାଇ ଗଠନ କରାଯାଇଥିବା ଆଦିବାସୀ କଂଗ୍ରେସର ଜାତୀୟ କାର୍ଯ୍ୟନିର୍ବାହୀ କମିଟିରେ ୪ ଜଣ ବରିଷ୍ଠ ଓଡ଼ିଆ ନେତା ସ୍ଥାନ ପାଇଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଅନୁମୋଦ ନରେ ଦଳର ସାଧାରଣ ସମ୍ପାଦକ ଅଶୋକ ଗେହଲଟ ଜାତୀୟ କାର୍ଯ୍ୟନିର୍ବାହୀ କମିଟିର ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ୫୮ ଜଣିଆ ଆଦିବାସୀ କଂଗ୍ରେସ ଜାତୀୟ କାର୍ଯ୍ୟନିର୍ବାହୀ କମିଟିରେ ସ୍ଥାନ ପାଇଥିବା ଓଡ଼ିଶାର ୪ ବରିଷ୍ଠ ନେତା ହେଲେ ଶ୍ୟାମସୁନ୍ଦର ହାଁସଦା, ସୁଶୀଳା ତିରିଆ, ହେମାନନ୍ଦ ବିଶ୍ୱାଳ ଓ ପ୍ରଦୀପ ମାଝି। ଶ୍ୟାମସୁନ୍ଦର ହାଁସଦାଙ୍କୁ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବେଳେ ଅନ୍ୟ ୩ ଜଣ ଜାତୀୟ କାର୍ଯ୍ୟନିର୍ବାହୀ କମିଟିରେ ସଦସ୍ୟ ରୂପେ କାର୍ଯ୍ୟ କରିବେ। ଆଦିବାସୀ କଂଗ୍ରେସର ଅଧ୍ୟକ୍ଷ ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି କିଶୋର ଚନ୍ଦ୍ର ଦେଓ କାର୍ଯ୍ୟ ସମ୍ପାଦନ କରିବେ। ଆଗାମୀ ଦିନରେ ଆଦିବାସୀ ଭୋଟ୍‌ ବ୍ୟାଙ୍କ୍‌କୁ କିଭଳି ମଜବୁତ୍‌ କରାଯିବ ସେନେଇ ଆଦିବାସୀ କଂଗ୍ରେସର ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବିସ୍ତତ ରଣନୀତି ପ୍ରସ୍ତୁତ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର