ଜମ୍ମୁ ଓ କଶ୍ମୀରରେ ୫. ୪ ତୀବ୍ର ଭୂମିକମ୍ପ ଅନୁଭୂତ
ଶ୍ରୀନଗର: ଗୁରୁବାର ପ୍ରତ୍ୟୁଷରେ କଶ୍ମୀରରେ ମୃଦୁ ଭୂକମ୍ପନ ଅନୁଭୂତ ହୋଇଛି। ଏଥିରେ କେହି ମୃତାହତ ହୋଇଥିବା କିଂବା କିଛି କ୍ଷୟକ୍ଷତି ଘଟିଥିବାର ସୂଚନା ହସ୍ତଗତ ହୋଇ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ଭୋର୍ ୪. ୫୯ ସମୟରେ ସଂଘଠିତ ହୋଇଥିବା ଭୂମିକମ୍ପର ରିକ୍ଟର୍ ସ୍କେଲ୍ରେ ତୀବ୍ରତା ଥିଲା ୫. ୪। ଗୁରୁବାର ଦିନ ଏହା ଜଣାଇଛନ୍ତି ବିପର୍ଯ୍ୟୟ ପ୍ରଶମନ ବିଭାଗ।
ଭୂକମ୍ପନର କେନ୍ଦ୍ରସ୍ଥଳୀ ଥିଲା ଜମ୍ମୁ ଓ କଶ୍ମୀର-ଜିଙ୍ଗ୍ଜିଆନ୍ ସୀମାନ୍ତ। କଶ୍ମୀର ଉପତ୍ୟକା ସହଜେ ଭୂକମ୍ପନ ପ୍ରବଣ ଅଞ୍ଚଳରେ ଅବସ୍ଥିତ।