ମଧ୍ୟପ୍ରଦେଶ ସରକାର ୫ ପ୍ରଭାବଶାଳୀ ବାବାଙ୍କୁ ଦେଲେ ରାଜ୍ୟମନ୍ତ୍ରୀ ପାହ୍ୟା

ଭୋପାଳ: ମଙ୍ଗଳବାର ଦିନ ମଧ୍ୟପ୍ରଦେଶ ସରକାର ୫ ଜଣ ହିନ୍ଦୁ ଧାର୍ମିକ ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇ ବିରୋଧୀ କଂଗ୍ରେସ ଦଳର ସମାଲୋଚନାର ସରବ୍ୟ ହୋଇଛନ୍ତି। ମନ୍ତ୍ରୀପାହ୍ୟା ପାଇଥିବା ବାବାମାନେ ହେଲେ ନର୍ମଦାନନ୍ଦ ମହାରାଜ, ହରିହରାନନ୍ଦ ମହାରାଜା, କମ୍ପ୍ୟୁଟର୍‌ ବାବା, ଭାୟୁ ମହାରାଜ ଏବଂ ପଣ୍ଡିତ ଯୋଗେନ୍ଦ୍ର ମହନ୍ତ।

ମାର୍ଚ ୩୧ ତାରିଖ ଦିନ ଏହି ପାଞ୍ଚ ଧାର୍ମିକ ନେତାମାନଙ୍କୁ ନର୍ମଦା ନଦୀ ସଂରକ୍ଷଣ ନିମନ୍ତେ ଗଠିତ ଏକ କମିଟିରେ ନିଯୁକ୍ତି ଦିଆଯାଇଥିଲା। ଏହି କମିଟିର ସଦସ୍ୟ ଭାବେ ସେମାନଙ୍କୁ ଏହି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଥିବା କଥା ଜଣେ ଅଧିକାରୀ କହିଛନ୍ତି। ଏହି ନିଷ୍ପତ୍ତି ରାଜନୈତିକ ଲାଭ ପାଇଁ ଲୋକମାନଙ୍କ ଧାର୍ମିକ ଭାବନାକୁ ଶୋଷଣ କରିବାକୁ ବିଜେପିର ଏକ ଉଦ୍ୟମ ବୋଲି କଂଗ୍ରେସ କହିଛି।

କଂଗ୍ରେସ ମୁଖପାତ୍ର ପଙ୍କଜ ଚତୁର୍ବେଦୀ କହନ୍ତି: ଏହା ଏକ ରାଜନୈତିକ ଅଭିସନ୍ଧି। ନିଜ ପାପ କ୍ଷୟ କରିବାକୁ ଏହା ମୁଖ୍ୟମନ୍ତ୍ରୀଙ୍କର ଉଦ୍ୟମ। ନର୍ମଦା ସଂରକ୍ଷଣକୁ ସେ ଅବହେଳା କରିଛନ୍ତି। ରାଜ୍ୟ ସରକାର ନଈ କୂଳେ କୂଳେ କେଉଁଠି ଛଅ କୋଟି ଚାରା ରୋପଣ କରିଛନ୍ତି ଏହି ସାଧୁମାନେ ତାହା ଅନୁସନ୍ଧାନ କରିବେ।

ରାଜ୍ୟ ବିଜେପି ମୁଖପାତ୍ର ରଜନୀଶ ଅଗ୍ରଓ୍ଵାଲ୍‌ କିନ୍ତୁ, କହିଛନ୍ତି ଯେ ସନ୍ଥଙ୍କ ସମାନାର୍ଥେ ଯାହା କରାଯାଏ ତାକୁ ବିରୋଧୀ କଂଗ୍ରେସ ନାପସନ୍ଦ କରେ। ପରିବେଶ ଏବଂ ନଦୀ ସଂରକ୍ଷଣ କାମ ସୁରୁଖୁରୁରେ କରାଇବାକୁ ସାଧୁସନ୍ଥମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ବିଭୂଷିତ କରାଯାଇଛି। ନର୍ମଦା ସଂରକ୍ଷଣ କାମରେ ଅଧିକ ସର୍ବସାଧାରଣଙ୍କ ନିୟୋଜନ ପାଇଁ ସେମାନଙ୍କୁ ଅଣାଯାଇଛି।

ସମ୍ବନ୍ଧିତ ଖବର