ମନ୍ଦିରରେ ଦଳା ଚକଟା, ୫ ମୃତ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ କଚୁଆ ସ୍ଥିତ ଏକ ମନ୍ଦିରରେ ଆଜି ଦଳଚକଟା ଯୋଗୁଁ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଜନ୍ମାଷ୍ଟମୀ ଅବସରରେ ଶ୍ରଦ୍ଧାଳୁମାନେ ଆଜି ଭୋର୍‌ ସମୟରୁ ପୂଜା ପାଇଁ ମନ୍ଦିରରେ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ହଠାତ୍ ମନ୍ଦିରର ଏକ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଲୋକେ ଜୀବନ ବଞ୍ଚାଇବାପାଇଁ ପ୍ରାଣ ବିକଳରେ ଦୌଡ଼ିବାରୁ ଦଳା ଚକଟା ପରିସ୍ଥିତି ଉପୁଜିଥିଲା। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। କିଛି ଲୋକ ମଧ୍ୟ ମନ୍ଦିର ପରିସରରେ ଥିବା ଏକ ପୋଖରି ମଧ୍ୟକୁ ଖସି ପଡ଼ିଥିବା ଜଣାପଡ଼ିଛି। ତେବେ ଲଗାଣ ବର୍ଷା ଯୋଗୁଁ ମନ୍ଦିର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଆହତମାନଙ୍କୁ ନ୍ୟାସନାଲ ମେଡିକାଲ କଲେଜ୍‌ ଏବଂ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଖାନାରେ ଆହତଙ୍କୁ ଭେଟିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର