ତାମିଲନାଡୁରେ ବର୍ଷା ବିତ୍ପାତ: ପାଞ୍ଚ ମୃତ; ସୋମବାର ଦିନ ସ୍କୁୁଲ, କଲେଜ ବନ୍ଦ

ଚେନ୍ନାଇ: ଆଗାମୀ ଦୁଇ ଦିନ ଯାଏଁ ତାମିଲନାଡୁର ଛଅଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଢାଳିବ ବୋଲି ରବିବାର ଦିନ ଚେନ୍ନାଇସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଗତ ଦୁଇ ଦିନ ଧରି ଅନର୍ଗଳ ବର୍ଷା ହେବାରୁ ଅନ୍ୟୂନ ପାଞ୍ଚଜଣଙ୍କର ପ୍ରାଣହାନି ଘଟିଥିବା ମଧ୍ୟ ଜଣାପଡ଼ିଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ତିରୁବଲ୍ଲର, ଭେଲୋର, ତିରୁବନ୍ନମାଲାଇ, ତୂତୁକ୍କୁଡ଼ି, ରାମନାଥପୁରମ ଏବଂ ତିରୁନେଳବେଲି ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି।

Image Source: India Today

ଏଥିପାଇଁ ମାଡ୍ରାସ ବିଶ୍ୱବିଦ୍ୟାଳୟ ଏବଂ ଅନ୍ନା ବିଶ୍ୱବିଦ୍ୟାଳୟରେ ସୋମବାର ଦିନ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଛି। ସୋମବାର ଦିନ ତାମିଲନାଡୁ ସହ ପୁଦ୍ଦୁଚେରୀରେ ମଧ୍ୟ ଏହି ବର୍ଷାର ପ୍ରଭାବ ଅନୁଭୂତ ହେବାକୁ ଥିବାରୁ ସେଠାରେ ମଧ୍ୟ ସମସ୍ତ ସ୍କୁଲ୍‌ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ରବିବାର ଦିନ ତାମିଲନାଡୁର ମଣ୍ଡପମ ଉପକୂଳ ଅଞ୍ଚଳରେ କୂଳରେ ପିଟି ହୋଇଯିବାରୁ ଛଅଟି ମାଛଧରା ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି। ଗତ ଦୁଇ ଦିନ ଧରି ବର୍ଷା ଯୋଗୁଁ ରବିବାର ଦିନ ରାମେଶ୍ୱରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା।

ସମ୍ବନ୍ଧିତ ଖବର