ବାଣ କାରଖାନାରେ ବିସ୍ଫୋରଣ, ୫ ଜଣଙ୍କର ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୫ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି | ଏହି ବିସ୍ଫୋରଣରେ ବହୁ ଲୋକ ଆହତ ହୋଇଛନ୍ତି | ଘଟଣାସ୍ଥଳରେ ଦମକଳ ଗାଡି ପହଁଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି | ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣାର ନଈହାତୀ ଅଂଚଳରେ ଥିବା ବାଣ ବିସ୍ଫୋରଣରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା | ଏହା ପରେ ସେଠାରେ ବିସ୍ଫୋରଣ ହୋଇଥିଲା |

photo-ANI

ତେବେ ବିସ୍ଫୋରଣ ଯୋଗୁଁ କାରଖାନା ଭିତରେ ଥିବା ୫ ଜଣ ବାଣ କାରିଗରଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ କାରିଗର ଗୁରୁତର ଆହତ ହୋଇଛନ୍ତି | ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ବର୍ତ୍ତମାନ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଁଚି ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି |

ବିସ୍ଫୋରଣର ମାତ୍ରା ଏତେ ଜୋରରେ ଥିଲା ଯେ ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ସୂଚନା ମିଳିଛି | ଏଠାରେ ସୂଚନା ଥାଉ କି ଏହା ପ୍ରଥମ ଘଟଣା ନୁହେଁ | ଗତବର୍ଷ ମଧ୍ୟ ନଈହାତୀ ଅଂଚଳରେ ବାଣ ବିସ୍ଫୋରଣ ହୋଇଥିଲା | ଏଥିରେ ବହୁ ଲୋକଙ୍କର ଜୀବନ ଯାଇଥିଲା |

ସମ୍ବନ୍ଧିତ ଖବର