କାଶ୍ମୀରରେ ୫ ହିଜବୁଲ ଆତଙ୍କବାଦୀ ଗିରଫ, ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ

ଶ୍ରୀନଗର : ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ହିଜବୁଲ ମୁଜାହିଦ୍ଦିନର ଏକ ବଡ଼ ଚକ୍ରାନ୍ତର ପର୍ଦ୍ଦାଫାଶ ହୋଇଛି । ଆଜି ଜାମ୍ମୁ ଓ କାଶ୍ମୀର ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ସୋପିଆନରୁ ୫ ଜଣ ହିଜବୁଲ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କୁ ଜେରାବେଳେ ଜଣାପଡିଥିଲା ଯେ ହିଜବୁଲ କାଶ୍ମୀରରେ ସେନା ଓ ପୁଲିସ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା ।

ଗୁଇନ୍ଦା ସୁତ୍ରରୁ ଜଣାପଡିଛି ଯେ ପାକିସ୍ତାନୀ ଭିତ୍ତିକ ଆତଙ୍କବାଦୀ ସଂଗଠନ ହିଜବୁଲ, ଲସ୍କର-ଇ-ତୋଇବା, ଜୈସ-ଇ-ମହମ୍ମଦ ଭାରତରେ ସେନାର ମନୋବଳକୁ ହ୍ରାସ କରିବାକୁ ସେନା, ସିଆରପିଏଫ ଓ ପୁଲିସ ଉପରେ ବଡ଼ ଧରଣର ଆକ୍ରମଣ ଲାଗି ଯୋଜନା କରୁଛନ୍ତି ।

କିଛିଦିନ ତଳେ କାଶ୍ମୀରର ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ଦ୍ୱାରା ଏକ ଆଇଇଡି ବିସ୍ଫୋରଣ ସେନାର ଏକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଯବାନ ମାନେ ଅଳ୍ପକେ ବଞ୍ଚିଯାଇଥିଲେ । ଗତ ଫେବ୍ରୁଆରୀ ୧୪ରେ ପୁଲଓ୍ଵାମାରେ ସିଆରପିଏଫ ଗାଡି ଉପରେ ଆତ୍ମଘାତୀ ବିସ୍ଫୋରଣ ଦ୍ୱାରା ୪୦ ଜଣ ଯବାନ ସହିଦ ହୋଇଥିଲେ ।

ସମ୍ବନ୍ଧିତ ଖବର