ନୂଆଦିଲ୍ଲୀ: ୨୦୧୩ ମସିହାର ବୋଧଗୟା ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଆଜି ପାଟ୍ନା ସ୍ଥିତ ଏକ ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ୫ ଆଇଏମ୍ (ଇଣ୍ଡିଆନ ମୁଜାହିଦ୍ଦିନ୍) ଆତଙ୍କବାଦୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସ୍ୱତନ୍ତ୍ର ଏନ୍୍ଆଇଏ ବିଚାରପତି ମନୋଜ କୁମାର ସିହ୍ନା ଏହି ମାମଲାରେ ସମସ୍ତ ୫ ଜଣ ଅଭିଯୁକ୍ତ ଇମତିୟାଜ୍ ଅନ୍ସାରି, ହାଇଦର ଅଲି, ମୁଜିବ୍ ଉଲା, ଓମେର ସିଦ୍ଦିକି ଏବଂ ଆଝାରୁଦ୍ଦିନ୍ କ୍ୟୁରେସିଙ୍କୁ ଆଇପିସିର ବିଭିନ୍ନ ଧାରା ଅଧୀନରେ ଦୋଷୀସାବ୍ୟସ୍ତ କରାଯାଇଛି। କୋର୍ଟ ଆସନ୍ତା ମେ’ ୩୧ ତାରିଖରେ ଏହି ମାମଲାର ଦଣ୍ଡାଦେଶ ଶୁଣାଇବେ ବୋଲି କହିଛନ୍ତି। ୨୦୧୩ ମସିହା ଜୁଲାଇ ୭ ତାରିଖରେ ବୋଧଗୟାର ଏକ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳରେ ୩୦ ମିନିଟ୍୍ ମଧ୍ୟରେ ୯ଟି ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ୫ ଜଣ ଆହତ ହୋଇଥିଲେ। ମହାବୋଧି ମନ୍ଦିର ଗତ ଅକ୍ଟୋବର ମାସରୁ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି ) ଏବଂ ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ଓ୍ଵିଙ୍ଗ୍ (ର) ସତର୍କ ନଜରରେ ରହିଥିଲା।
୨୦୧୩ ବୋଧଗୟା ବିସ୍ଫୋରଣ: ୫ ଆଇଏମ୍ ଆତଙ୍କବାଦୀ ଦୋଷୀସାବ୍ୟସ୍ତ
/sambad/media/post_attachments/wp-content/uploads/2017/11/judgement.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)