ବାଗଦାଦରେ ଥିବା ଆମେରିକା ଦୂତାବାସ ନିକଟରେ ପୁଣି ରକେଟ ମାଡ

ବାଗଦାଦ୍‌ : ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବଗଦାଦ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ ମାଡ କରିଛି ଇରାନ ସେନା। ଏହି ଆକ୍ରମଣରେ କ୍ଷୟକ୍ଷତିର ସୂଚନା ମିଳିନାହିଁ। ତେବେ ଗତକାଲିର ଏହି ଆକ୍ରମଣ ପରେ ଆମେରିକା-ଇରାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପୁଣି ତିକ୍ତ ହେବାରେ ଲାଗିଛି।

ମିଳିଥିବା ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ଇରାନ ସେନା ୫ଟି ରକେଟ ମାଡ କରିଥିଲା। ବାଗଦାଦ୍‌ରେ ଥିବା ଆମେରିକାର ଦୂତାବାସ ନିକଟରେ ଏହା ପଡିଥିଲା। ଏହି ଆକ୍ରମଣରେ କ୍ଷୟକ୍ଷତିର ସୂଚନା ମିଳିନାହିଁ। ତେବେ ସପ୍ତାହକ ମଧ୍ୟରେ ଇରାନ ୨ ଥର ରକେଟ ଆକ୍ରମଣ କରି ଆମେରିକାକୁ ଖୋଲା ଚ୍ୟାଲେଞ୍ଜ ଦେଇଛି। ଏହି ରକେଟ ଆକ୍ରମଣ ପରେ ଆମେରିକା ସହିତ ଇରାନର ସମ୍ପର୍କ ଆହୁରି ତିକ୍ତ ହୋଇଉଠିଛି।

ସମ୍ବନ୍ଧିତ ଖବର