ସେନା ଗୁଳିରେ ୫ ପାକ ଆତଙ୍କବାଦୀ ନିହତ, ଲୁଚି ଲୁଚି ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରୁଥିଲେ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଆଜି ୩ ଜଣ ଆତଙ୍କବାଦୀ ନିହତ ହେବା ସହ ଜଣେ ଯବାନ ସହିଦ ହୋଇଛନ୍ତି । ଏହା ଫଳରେ ଗତ ଦୁଇଦିନରେ ଏହି ଏନକାଉଣ୍ଟରେ ହୋଇଥିବା ମୃତ୍ୟ ସଂଖ୍ୟା ୬ରେ ପହଞ୍ଚିଛି । ଗତ କାଲି ଏହି ସେନା ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏ ସଂପର୍କରେ ସୂଚନା ଦେଇ ସେନା ମୁଖପାତ୍ର କହିଛନ୍ତି ଯେ ସେପିଆନ ଜିଲ୍ଲା ସ୍ଥିତ ଟଙ୍ଗଧର ସେକ୍ଟରରେ ଥିବା ନିୟନ୍ତ୍ରଣରେଖା ନିକଟରେ ପାକିସ୍ତାନୀ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କଲାବେଳେ ସୁରକ୍ଷାବଳ ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତ କାଲି ମଧ୍ୟ ଅନୁପ୍ରବେଶ ଉଦ୍ୟମ ବେଳେ ସେନା ଗୁଳିରେ ୨ ଜଣ ମୃତ୍ୟୁବରଣ କରିଥିଲେ । ଏହି ଏନକାଉଣ୍ଟର ଫଳରେ ସେନା ପକ୍ଷରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଦିଆଯାଇଛି ।

ସମ୍ବନ୍ଧିତ ଖବର