ସାଉଦିରୁ ଆସିଲେ ୫୦ ବନ୍ଧୁ

ଔରଙ୍ଗଜେବ୍‌ଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ

ଶ୍ରୀନଗର:  ଜମ୍ମୁ କାଶ୍ମୀରରେ ୧୪ ଜୁନ୍‌ରେ ସେନାର ଯବାନ ଔରଙ୍ଗଜେବ୍‌ଙ୍କୁ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିଥିଲେ। ଏହି ଘଟଣା ଦକ୍ଷିଣ କଶ୍ମୀରରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଔରଙ୍ଗଜେବଙ୍କ ମୃତ୍ୟୁର ପ୍ରତିଶୋଧ ନେବାପାଇଁ ତାଙ୍କର ୫୦ ଜଣ ବନ୍ଧୁ ସାଉଦି ଆରବରୁ ଚାକିରି ଛାଡ଼ି କଶ୍ମୀର ଫେରିଥିବା ଜଣାପଡ଼ିଛି। ସେମାନେ ପୁଲିସ ଏବଂ ସେନାରେ ଭର୍ତ୍ତି ହେବାପାଇଁ  ଅଧିକାରୀମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ଔରଙ୍ଗଜେବଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ସରକାର ସେମାନଙ୍କୁ ସୁଯୋଗ ଦେବା ଜରୁରୀ ବୋଲି ଔରଙ୍ଗଜେବ୍‌ଙ୍କ ଘନିଷ୍ଠ ବନ୍ଧୁ ମହମ୍ମଦ କିରାମ ଏବଂ ମହମ୍ମଦ ତାଜ କହିଛନ୍ତି।  ସ୍ଥାନୀୟ ପୁଲିସ ପ୍ରଶାସନ ମଧ୍ୟ ଏହି ମାମଲାକୁ ଏବେ ଚ୍ୟାଲେଂଜ ଭାବେ ଗ୍ରହଣ କରି ସଂପୃକ୍ତ ଯୁବକମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଦକ୍ଷିଣ କଶ୍ମୀରରେ ଆତଙ୍କବାଦୀ ଗତିବିଧି ଉପରେ ଏବେ କଡ଼ା ନଜର ରଖାଯାଉଛି।  ବିଗତ ୩୦ ଘଣ୍ଟା ମଧ୍ୟରେ କଶ୍ମୀରରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।

ସମ୍ବନ୍ଧିତ ଖବର