ବରଫାବୃତ୍ତ ଆଣ୍ଟାର୍କଟିକାରେ ୪୦୩ ଦିନ ରହିବାରେ ପ୍ରଥମ ମହିଳା ଇସ୍ରୋ ବୈଜ୍ଞାନିକ ମଙ୍ଗଲ ମାନି

ନୂଆଦିଲ୍ଲୀ: ଆଣ୍ଟାର୍କଟିକା ମହାଦେଶରେ ୪୦୩ ଦିନ ରହିବାରେ ମଙ୍ଗଲ ମାନି ହେଉଛନ୍ତି ପ୍ରଥମ ମହିଳା ଇସ୍ରୋ ବୈଜ୍ଞାନିକ। ୨୦୧୬ ମସିହାରେ ଏହି ବରଫାବୃତ୍ତ ଅଞ୍ଚଳକୁ ଗବେଷଣା ପାଇଁ ଯାଇଥିବା ୨୩ ଜଣିଆ ଭାରତୀୟ ଦଳ ଭିତରୁ ମାନି ଥିଲେ ଏକମାତ୍ର ମହିଳା। ୫୬ ବର୍ଷ ବୟସରେ ପ୍ରଥମ ଥର ପାଇଁ ଏପରି ଏକ ବରଫାଞ୍ଚଳରେ ପହଞ୍ଚିବା ପରେ ବି ଅସହଜ ହୋଇପଡ଼ିନଥିଲେ ସେ। ନାରୀ ଶକ୍ତିର ସେ ଜଣେ ଜୀବନ୍ତ ଉଦାହରଣ ପାଲଟି ପାରିଛନ୍ତି। ମଙ୍ଗଲ ମାନି ୪୦୩ ଦିନ ରହିଥିବା ଏହି ଅଞ୍ଚଳର ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୯୦ ଡିଗ୍ରି ସେଲ୍‌ସିୟସ୍‌ ରହିଥାଏ।

India Today

ଏକ ସକ୍ଷାତ୍‌କାରେ ମାନି କହନ୍ତି, ‘ଆଣ୍ଟାର୍କଟିକା ମିସନ୍‌ ଏକ ଚ୍ୟାଲେଞ୍ଜ ଥିଲା। ସେଠାକାର ଜଳବାୟୁ ଜୀବନ ନେବା ପରି। ବାହାରକୁ ଗୋଡ଼ କାଢ଼ିବା ବେଳେ ଆମକୁ ଖୁବ୍‌ ସତର୍କ ରହିବାକୁ ପଡୁଥିଲା। ମୋ ଟିମ୍‌ ମେମ୍ବରମାନେ ଖୁବ୍‌ ସହଯୋଗୀ ଥିଲେ। ଆମେ ପ୍ରତ୍ୟେକ କଥାରେ ପରସ୍ପରଙ୍କୁ ସମର୍ଥନ ଦେଉଥିଲୁ। ଏପରି କି ସେଠରେ ମୋ ଟିମ୍‌ ମେମ୍ବରମାନେ ମୋ ଜନ୍ମଦିନ ବି ପାଳନ କରିଥିଲେ।

ସମ୍ବନ୍ଧିତ ଖବର