ଦୁଷ୍କର୍ମକାରୀଙ୍କ ତଣ୍ଟିକାଟ କଲେ ୫ ଲକ୍ଷ ପୁରସ୍କାର!

ଭୋପାଳ : ମନ୍ଦସୁର ଗଣଦୁଷ୍କର୍ମ ମାମଲାରେ ବିଜେପି ନେତା ସଞ୍ଜୀବ ମିଶ୍ର ବିବାଦୀୟ ବୟାନ ଦେଇ ଦୁଷ୍କର୍ମକାରୀଙ୍କ ମୁଣ୍ଡକାଟ କରିବା ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ଯଦି ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ନ ମିଳିବ ତା’ହେଲେ ଦୁଷ୍କର୍ମକାରୀଙ୍କ ମୁଣ୍ଡକାଟ କରିବା ଲୋକଙ୍କ ପରିବାରକୁ ସେ ୫ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି। ଅନ୍ୟପଟେ ପୀଡ଼ିତାଙ୍କ ବାପା କହିଛନ୍ତି ଯେ ଆମେ କ୍ଷତିପୂରଣ ଚାହୁନା କିନ୍ତୁ ନ୍ୟାୟ ଚାହୁ। ଦୁଷ୍କର୍ମକାରୀ ଖୁବ୍‌ ଶୀଘ୍ର ଫାଶି ଖୁଣ୍ଟରେ ଝୁଲିବା ଉଚିତ୍‌ ବୋଲି ସେ କହିଛନ୍ତି। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅର୍ଚ୍ଚନା ଚିତନିସ୍‌ କହିଛନ୍ତି ଯେ ପୀଡ଼ିତାଙ୍କ ପିତାଙ୍କ ଆକାଉଣ୍ଟ୍‌ରେ ସରକାର ୫ ଲକ୍ଷ ଟଙ୍କା ଜମା କରିଛନ୍ତି। ଗତ ଶନିବାର ଦିନ ଉକ୍ତ ଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ହୋଇଛି। ଉଲ୍ଳେଖଯୋଗ୍ୟ ଗତ ୨୬ ତାରିଖ ଦିନ ମନ୍ଦ୍‌ସୁରରେ ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ଜଣେ ୭ ବର୍ଷୀୟା ଶିଶୁକୁ ୨ ଜଣ ସ୍ଥାନୀୟ ଯୁବକ ଚକୋଲେଟ ଲୋଭ ଦେଖାଇ ଅପହରଣ କରିନେଇଥିଲେ। ସେମାନେ ଶିଶୁକୁ ଗଣଦୁଷ୍କର୍ମ କରିବା ପରେ ଅମାନୁଷିତ ଅତ୍ୟାଚାର କରିଥିଲେ। ଆଜି ପୀଡ଼ିତାଙ୍କ ଫଟୋ ଭାଇରାଲ୍‌ ହୋଇଥିବାରୁ ଏହାକୁ ନେଇ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର