ବେଙ୍ଗାଲୁରୁ ବାର୍‌ରେ ୫ ଜଳିଗଲେ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ସିଟି ମାର୍କେଟ୍‌ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଏକ ବାର୍‌ରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ପୁରୁଣା ସହର ଅଞ୍ଚଳ ସ୍ଥିତ କୁମ୍ଭାର ସାଙ୍ଘା କୋଠାର ତଳମହଲାରେ ଥିବା କୈଳାଶ ବାର୍‌ ଏବଂ ରେସ୍ତୋରାଁରେ ରବିବାର ରାତି ସାଢ଼େ ୨ଟାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ସେହି ସମୟରେ ସମସ୍ତ ୫ ଜଣ ଯାକ ବାର୍‌ କର୍ମଚାରୀ ନିଘୋଡ଼ ନିଦରେ ଶୋଇଥିବାରୁ ନିଅାଁ କବଳରୁ ବର୍ତ୍ତିପାରିନଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଲା ବେଳକୁ ସେହି ୫ ଜଣଙ୍କର ଦଗ୍ଧ ଶବ ହିଁ ମିଳିଥିଲା।

ସମ୍ବନ୍ଧିତ ଖବର