ଗାଜିଆବାଦରେ ଶ୍ବାସରୁଦ୍ଧ ହୋଇ ପରିବାରର ୬ ମୃତ

ନୂଆଦିଲ୍ଲୀ: ଗାଜିଆବାଦର ଲୋଧି ଟାଉନ୍‌ ଅଧୀନ ଉତ୍ତରାଞ୍ଚଳ ବିହାର କଲୋନିରେ ଗତକାଲି ରାତିରେ ଗୋଟିଏ ପରିବାରର ୫ ଜଣ ଶିଶୁଙ୍କ ସମେତ ସମୁଦାୟ ୬ ଜଣଙ୍କର ମୃତ୍ୟୁ ହୋଇଛି। ୫ରୁ ୧୨ ବର୍ଷ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ୪୦ ବର୍ଷୀୟା ମହିଳା ଅଛନ୍ତି। ପୁଲିସ ସୂଚନାନୁଯାୟୀ ଟିଭି କିମ୍ବା ଫ୍ରିଜ୍‌ ସର୍ଟ ସର୍କିଟ୍‌ ହୋଇ ନିଆଁ ଲାଗି ଯାଇଥିଲା। ତେବେ ନିଆଁ ସେତେ ଅଧିକ ବ୍ୟାପୀ ନଥିଲେ ମଧ୍ୟ ଶ୍ବାସରୁଦ୍ଧ ‌ହୋଇ ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି ବୋଲି ପୁଲିସ କହୁଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡ଼ିବ। ପରିବାରର ଅନ୍ୟ ସଦସ୍ୟମାନେ ମିରଟ୍‌କୁ ଏକ ବିବାହ ଉତ୍ସବରେ ଯୋଗ ଦେବାପାଇଁ ଯାଇଥିବାବେଳେ ଘରେ ଏମିତି ଅଘଟଣ ଘଟିଛି।

ସମ୍ବନ୍ଧିତ ଖବର