ଆଫଗାନିସ୍ଥାନର ବାଗଲାନ୍‌ ପ୍ରାନ୍ତରୁ ୬ ଭାରତୀୟ ଅପହରଣ

କାବୁଲ: ଆଫଗାନିସ୍ଥାନରେ ବାଗଲାନ୍‌ ପ୍ରାନ୍ତରୁ କିଛି ଅଜ୍ଞାତ ବନ୍ଧୁକଧାରୀ ଏକ ଭାରତୀୟ କମ୍ପାନି କେଇସିର ୭ଜଣ କର୍ମଚାରୀଙ୍କୁ ରବିବାର ଅପରାହ୍ନରେ ଅପହରଣ କରି ନେଇଥିବା ସୂଚନା ମିଳିଛି। ଅପହରଣ ହୋଇଥିବା ୭ଜଣ କର୍ମଚାରୀ ମଧ୍ୟରୁ ୬ଜଣ ଭାରତୀୟ ଥିବା ବେଳେ ଜଣେ ଆଫଗାନିସ୍ଥାନର ନାଗରିକ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ବନ୍ଧୁକଧାରୀ ବାଗଲାନ୍‌ ପ୍ରାନ୍ତର ରାଜଧାନୀ ପୁଲ-ଏ- ଖୋମରେର ବାଗ-ଏ-ସାମଲ ଗ୍ରାମରୁ ୭ଜଣ କର୍ମଚାରୀଙ୍କୁ ଅପହରଣ କରି ନେଇଛନ୍ତି। ସ୍ଥାାନୀୟ ଅଧିକାରୀଙ୍କ ମୁତାବକ, ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ କର୍ମଚାରୀ ଏକ ମିନି ବସ୍‌ରେ ସ୍ଥାନୀୟ ଅଞ୍ଚଳରେ ଭ୍ରମଣ କରୁଥିଲେ। ଯେଉଁଠାରେ ସ୍ଥାନୀୟ କମ୍ପାନିକୁ ଏକ ଇଲେକ୍ଟ୍ରିସିଟି ସବ୍‌-ଷ୍ଟେସନ୍‌ର କଣ୍ଟ୍ରାକ୍ଟ ମିଳିଛି। ବାଗଲାନ୍‌ ପ୍ରାନ୍ତରେ ଘଟିଥିବା ଏହି ଘଟଣା ପଛରେ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ର ହାତ ଥିବା ସନ୍ଦେହ କରାଯାଉଛି। କିନ୍ତୁ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଏନେଇ କୌଣସି ବୟାନ ଆସିନାହିଁ କି ଏଯାବତ୍‌ କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ଘଟଣାରେ ସାମିଲ ଥିବା ନେଇ ସ୍ପଷ୍ଟ ହୋଇ ପାରିନାହିଁ।

ସମ୍ବନ୍ଧିତ ଖବର