ଝାଡଖଣ୍ଡ: ନକ୍ସଲଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୬ ଯବାନ ସହିଦ

ରାଞ୍ଚି: ଝାଡଖଣ୍ଡର ଗାର୍‌ଓ୍ଵା ଜିଲ୍ଲାର ଛିଞ୍ଜା ଅଞ୍ଚଳରେ ମଙ୍ଗଳବାର ରାତିରେ ଝାଡଖଣ୍ଡର ଜାଗୁଆର୍‌ ଯବାନମାନେ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଜୋରଦାର୍‌ ଅପରେସନ୍‌ ଚଳାଇ ଥିବା ବେଳେ ନକ୍ସଲମାନେ ଏକ ବଡ଼ ଧରଣର ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟାଇଥିଲେ । ଏହି ବିସ୍ଫୋରଣରେ ୬ ଜଣ ଯବାନ ସହିଦ ହୋଇଥିବା ବେଳେ ଚାରି ଜଣ ଯବାନ ଗୁରୁତର ହୋଇଛନ୍ତି।

ଗାର୍‌ଓ୍ଵା ପୁଲିସର ଡେପ୍ୟୁଟି ଜେନେରାଲ ବିପୁଲ ଶୁକ୍ଳାଙ୍କ କହିବାନୁସାରେ, ମଙ୍ଗଳବାର ଶାମ ଲୋତେହାର ଓ ଗାର୍‌ଓ୍ଵାର ସୀମାର ଛିଞ୍ଜା ଅଞ୍ଚଳରେ କିଛି ନକ୍ସଲ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ପୁଲିସ ଓ ସୁରକ୍ଷାକର୍ମୀ ସଙ୍ଗେସଙ୍ଗେ ଅପରେସନ୍‌ ଆରମ୍ଭ କରି ଦେଇଥିଲେ। ସେନାକୁ ସାମ୍ନାରେ ପାଇ ନକ୍ସଲ ବି ଗୁଳି ଚାଳନା ଆରମ୍ଭ କରି ଦେଇଥିଲେ ଓ ରାସ୍ତାରେ ପୂର୍ବରୁ ଲୁଚାଇ ରଖିଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିଥିଲେ। ଯେଉଁଥିରେ ଝାଡଖଣ୍ଡର ଜଗୁଆର୍‌ ବାହିନୀର ଛଅ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଯବାନମାନେ ଗୁରୁତର ହୋଇଥିବା ସୂଚନା ମିଳିଛି। ଏବେ ବି ଅପରେସନ୍‌ ଜାରି ରହିଛି । ଅପରେସନ୍‌କୁ ନେଇ ବିସୃତ ରିପୋର୍ଟ ଏଯାବତ୍‌ ମିଳି ନାହିଁ।

ଆହୁରି ଖବର ଅପେକ୍ଷାରେ..

ସମ୍ବନ୍ଧିତ ଖବର