କଂଗ୍ରେସ ସହ ହାତ ମିଳାଇବେ ୬ଟି ଦଳ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବା ପାଇଁ ୬ଟି ରାଜନୈତିକ ଦଳ କଂଗ୍ରେସ ସହ ହାତ ମିଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସମାଜବାଦୀ ପାର୍ଟି ପ୍ରମୁଖ ଦଳ ଭାବେ ରହିଛି। ଆଜି ଏଲ୍‌୍‌ଜେଡି, ସମାଜବାଦୀ ପାର୍ଟି, ବହୁଜନ ସଂଘର୍ଷ ଦଳ, ଜିପିପି, ରାଷ୍ଟ୍ରୀୟ ସମତା ଦଳ ଏବଂ ପ୍ରଜାତାନ୍ତ୍ରିକ ସମାଧାନ ପାର୍ଟିର ପ୍ରତିନିଧିମାନେ ଏକ ବୈଠକରେ ମିଳିତ ହୋଇ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବିଜେପିକୁ ହଟାଇବା ପାଇଁ ଏହା ହିଁ ଏକମାତ୍ର ରାସ୍ତା ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର