ସୁପ୍ରିମ୍ କୋର୍ଟର ୬ ଜଣ ବିଚାରପତି ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେବା ପରେ କୋର୍ଟ ପରିସରରେ ଭୟର ବାତାବରଣ
ନୂଆଦିଲ୍ଲୀ: ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟର ୬ ଜଣ ବିଚାରପତି ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେବା ଘଟଣା ଏବେ ସୁପ୍ରିମ୍ କୋର୍ଟ ପରିସରରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମ୍ କୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଆଜି ପ୍ରଧାନ ବିଚାରପତି ଏସ୍ ଏ ବୋବ୍ଡ଼େଙ୍କୁ ସାକ୍ଷାତ କରି ସୁପ୍ରିମ୍ କୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଏଚ୍୧ଏନ୍୧ ଭାଇରସ୍ (ସ୍ୱାଇନ୍ ଫ୍ଳୁ)ର ପ୍ରତିଷେଧକ ଟୀକା ଦେବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାରେ ପ୍ରଧାନ ବିଚାରପତି ଏସ୍ ଏ ବୋବ୍ଡ଼େ ମଧ୍ୟ ଉଦ୍ବେଗ ପ୍ରକାଶ କରିବା ସହ ଅନ୍ୟ ବିଚାରପତିମାନଙ୍କ ସହ ଏକ ଜରୁରୀକାଳୀନ ବୈଠକ ଡକାଇ ଆଲୋଚନା କରି ସାରିବା ପରେ ସୁପ୍ରିମ୍ କୋର୍ଟ ବାର୍ କାଉସିଲ୍ର ସଭାପତିଙ୍କୁ ଡକାଇ ତାଙ୍କ ସହ ମଧ୍ୟ ଏ ପ୍ରକାର ପରିସ୍ଥିତି ସଂପର୍କରେ ଆଲୋଚନା କରିଥିବା ଜାଣିବାକୁ ମିଳିଛି।