ଜାତୀୟ ଫିଲ୍ମ ପୁରସ୍କାର: ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ କରା ନଯିବାରୁ ୬୫ଜଣ ପୁରସ୍କୃତ ପ୍ରତିଭା ସମାରୋହସ୍ଥଳ ଛାଡ଼ିଲେ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଗୁରୁବାର ‘ଜାତୀୟ ଫିଲ୍ମ ପୁରସ୍କାର’ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୧ ଜଣ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରିଛନ୍ତି। କିନ୍ତୁ ସମାରୋହରେ ରାମନାଥ କୋବିନ୍ଦଙ୍କ ଦ୍ୱାରା ୬୫ ଜଣ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରାଯାଇ ନଥିଲା। ଏମାନଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ ଏମାନଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ଥିଲା। ଏହି ଘଟଣା ପୂର୍ବରୁ ଅସନ୍ତୁଷ୍ଟ ୬୫ ଜଣ ପୁରସ୍କାର ବିଜେତା ସମାରୋହସ୍ଥଳ ଛାଡ଼ିଥିଲେ। ସେମାନଙ୍କର ଅଭିଯୋଗ ଥିଲା ଯେ, ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ଆଜି ୬୪ ବର୍ଷର ପରଂପରା ବ୍ୟତିକ୍ରମ ଦେଖାଯାଇଛି।

ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମାରୋହସ୍ଥଳକୁ ୫ଟା ୩୦ରେ ପହଞ୍ଚି ଥିଲେ। କିନ୍ତୁ ଏହା ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ ନରେନ୍ଦ୍ର କୁମାର ସିହ୍ନା ୩ଟା ୩୦ରୁ ୫ଟା ୩୦ ମଧ୍ୟରେ ପହଞ୍ଚି ଥିଲେ।

ଅଭିନେତା ଓ ପ୍ରଯୋଜକ ବୋନି କାପୁର ନିଜ ଦୁଇ ଝିଅ ଜାହ୍ନବୀ ଓ ଖୁସିଙ୍କ ସହିତ ସ୍ୱର୍ଗତ ଶ୍ରୀଦେବୀଙ୍କ ପୁରସ୍କାର ଗ୍ରହଣ କରିଛନ୍ତି। ଶ୍ରୀଦେବୀଙ୍କୁ ଏହି ସମ୍ମାନ ଫିଲ୍ମର ମା’ ଭାବରେ ଦିଆଯାଇଛି। ପୁରସ୍କାର ଗ୍ରହଣ ସମୟରେ ବୋନି ଓ ତାଙ୍କର ଝିଅମାନେ ଭାବୁକ ହୋଇ ଯାଇଥିଲେ। ବିନୋଦ ଖନ୍ନା, ଏ.ଆର. ରହମାନ, ପଙ୍କଜ ତ୍ରିପାଠୀଙ୍କୁ ମଧ୍ୟ ଜାତୀୟ ଫିଲ୍ମ ପୁରସ୍କାର ମିଳିଛି।

କେଉଁ ବର୍ଗରେ କେଉଁ ପୁରସ୍କାର

ଶ୍ରେଷ୍ଠ ହିନ୍ଦୀ ଫିଲ୍ମ: ନ୍ୟୁଟନ
ଶ୍ରେଷ୍ଠ ଅଭିନେତ୍ରୀ: ଶ୍ରୀଦେବୀ
ଶ୍ରେଷ୍ଠ ଅଭିନେତା: ଋଦ୍ଧି ସେନ(ବଙ୍ଗଳା: ନଗରକୀର୍ତ୍ତନ)
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ଏ.ଆର.ରହମାନ୍‌
ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ: ବାହୁବଳୀ: ଦ କନକ୍ଲୁଜନ
ଶ୍ରେଷ୍ଠ ଆକ୍ସନ ଡାୟରେକସନ: ଅଲି ଅବ୍ଦାସ ମୋଗଲ: ବାହୁବଳୀ: ଦ କନକ୍ଲୁଜନ
ବେଷ୍ଟ ସୋସିଆଲ ଇଫେକଟସ୍‌: ବାହୁବଳୀ: ଦ କନକ୍ଲୁଜନ
ଶ୍ରେଷ୍ଠ ପ୍ରଚ୍ଛଦ ଗାୟିକା: ଶାଶା ତିରୁପତି(ମାଲାୟାଲାମ)

ସମ୍ବନ୍ଧିତ ଖବର