ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଲେ ୬୬ଜଣ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ

ନୂଆଦିଲ୍ଲୀ: ଦେଶର ୬୬ଜଣ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ମିଳିତ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଏକ ପତ୍ର ଲେଖି ଦେଶର ନିର୍ବାଚନ କମିଶନଙ୍କ ଉପରେ ସଙ୍ଗୀନ୍‌ ଆରୋପ ଲଗାଇଛନ୍ତି। ରାଷ୍ଟ୍ରପତିଙ୍କ ନିକଟକୁ ଲେଖିଥିବା ପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ ନିର୍ବାଚନ କମିଶନ ନିଜର ବିଶ୍ୱସନୀୟତା ହରାଇବା ସହ ବିଶ୍ୱସନୀୟତାର ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି। ଫଳରେ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିରପେକ୍ଷତା ଓ ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦେଶର ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀକୁ ବିରୋଧ କରି ଦେଶର ବିରୋଧୀ ଦଳ ବିଶେଷ କରି କଂଗ୍ରେସ ନିର୍ବାଚନ କମିଶନ ଶାସକ ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ବୋଲି ଅଭିଯୋଗ କରୁଥିବା ବେଳେ, ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ଓ ନିରପେକ୍ଷତା ଉପରେ ଅଭିଯୋଗ କରି ଦେଶର ୬୬ଜଣ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ମିଳିତ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଏହି ପତ୍ର ଲେଖିବା ଘଟଣା ଦେଶର ରାଜନୈତିକ ବାତାବରଣକୁ ସରଗରମ କରି ଦେଇଛି।

Ex-Bureaucrats Write To Pre… by on Scribd

ପୂର୍ବତନ ବୈଦେଶିକ ସଚିବ ଶିବଶଙ୍କର ମେନନ୍‌ ଏବଂ ପୂର୍ବତନ ଯୋଜନା ବୋର୍ଡ ସଚିବ ଏନ୍‌ ସି ସାକ୍ସେନାଙ୍କ ସମେତ ଅନ୍ୟ ୬୪ଜଣ ବରିଷ୍ଠ ପ୍ରଶାସକ ରାଷ୍ଟ୍ରପତିଙ୍କ ନିକଟକୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ନିର୍ବାଚନ କମିଶନଙ୍କ ସ୍ୱାଧୀନତା, ସାଧୁତା, ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶାସକ ଦଳ ଚଳିତ ନିର୍ବାଚନରେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଥିଲେ ମଧ୍ୟ ନିର୍ବାଚନ କମିଶନ ଏହା ଉପରେ ନିରବଦ୍ରଷ୍ଟା ସାଜି ବସି ରହିବା ବିଡ଼ମ୍ବନାର ବିଷୟ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର