୪ ରାଜ୍ୟରେ କରୋନା ସ୍ଥିତି ସାଂଘାତିକ, ୬୭% ମାମଲା ଚିହ୍ନଟ

ନୂଆଦିଲ୍ଲୀ: ୪ ରାଜ୍ୟ ମହାରାଷ୍ଟ୍ର, ତାମିଲନାଡ଼ୁ, ଗୁଜରାଟ ଓ ଦିଲ୍ଲୀରେ ସଂକ୍ରମଣ ବଢ଼ିଚାଲିଛି। ସ୍ଥିତି ସାଂଘାତିକ ହେଲାଣି। ଦେଶରେ ମୋଟ୍‌ ମାମଲାର ୬୭% କେବଳ ଏହି ୪ଟି ରାଜ୍ୟରୁ ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ଟପିଯାଇଛି ଏବଂ ୧୫୭୭ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଏହି ରାଜ୍ୟରେ ୧୩ ହଜାର ୪୦୪ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ପଛକୁ ତାମିଲନାଡ଼ୁରେ ସଂକ୍ରମଣ ମାମଲା ୧୫ ହଜାର ୫୦୦ ଟପିଛି। ସେଠାରେ ୧୦୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ୭,୪୯୧ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ସବୁଠୁ ଅଧିକ ପ୍ରଭାବିତ ରାଜ୍ୟଭାବେ ଗୁଜରାଟ ଏବେ ଦେଶରେ ତୃତୀୟ ସ୍ଥାନରେ ରହିଛି।

ଗୁଜରାଟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୩ ହଜାର ୬୬୪ରେ ପହଞ୍ଚିଛି। ୬,୧୬୯ ଜଣ ସେଠାରେ କରୋନାରୁ ସୁସ୍ଥ ହୋଇଥିବାବେଳେ ୮୨୯ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୯୧୦ରେ ପହଞ୍ଚିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ କରୋନା ମାମଲା ୫,୦୦୦ ଟପିଛି। ଏହିସବୁ ରାଜ୍ୟରେ ସଂକ୍ରମଣ ‌ଖୁବ୍‌ଶୀଘ୍ର ୧୦ ହଜାରରେ ପହଞ୍ଚିବା ଆଶଙ୍କା କରାଯାଉଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ପଂଜାବ , ଜମ୍ମୁ କାଶ୍ମୀର, କର୍ଣ୍ଣାଟକ, ହରିୟାଣା ଓ ବିହାରରେ କ‌ରୋନା ମାମଲା ୩ ହଜାରରୁ କମ୍‌ ରହିଛି। କେରଳ, ଝାଡ଼ଖଣ୍ଡ, ଆସାମ, ଛତିଶଗଡ଼, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ତ୍ରିପୁର‌ାରେ କରୋନା ମାମଲା ୧,୦୦୦ରୁ କମ୍‌ ରହିଛି।

ସମ୍ବନ୍ଧିତ ଖବର