ଓ୍ଵାସିଂଟନ୍‌ ରେଳ ଦୁର୍ଘଟଣାରେ ୬ ମୃତ

ଡୁପଣ୍ଟ୍‌(ଓ୍ଵାସିଂଟନ): ସୋମବାର ସକାଳେ ଓ୍ଵାସିଂଟନ୍‌ର ସିଆଟଲ୍‌ ଠାରୁ ୬୦ କିମି ଦକ୍ଷିଣକୁ ଏକ ଟ୍ରେନ୍‌ ପୋଲ ଉପରୁ ଜନଗହଳି ଅଞ୍ଚଳକୁ ଖସି ପଡ଼ିବାରୁ ଅତି କମ୍‌ରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ସକାଳ ୮ଟା ବେଳେ ଟ୍ରେନ୍‌ଟି ପ୍ରଥମ କରି ଏକ ନବନିର୍ମିତ ରେଳପଥରେ ଘଣ୍ଟାକୁ ୧୩୦ କିମି. ବେଗରେ ଯାଉଥିବା ବେଳେ ଏକ ପୋଲ ତଳକୁ ଗଳିପଡ଼ିଥିଲା।

ସମ୍ବନ୍ଧିତ ଖବର