ବେଙ୍ଗାଲୁରୁ ସ୍କୁଲ୍‌ରୁ ୬ ଛାତ୍ର ନିଖୋଜ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏକ ସ୍କୁଲ୍‌ରୁ ଆଜି ୬ ଜଣ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ବେଙ୍ଗାଲୁରୁର କାମାକ୍ଷୀପାଲ୍ୟା ସ୍ଥିତ ସେଣ୍ଟ୍‌ ଲରେନ୍ସ ସ୍କୁଲ୍‌ରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଉକ୍ତ ୬ ଜଣ ଛାତ୍ର ଗତ ସନ୍ଧ୍ୟାରୁ ଘର ଛାଡ଼ିଛନ୍ତି। ଟ୍ୟୁସନ୍‌ ଯାଉଛନ୍ତି ବୋଲି କହି ସମସ୍ତେ ଗତକାଲି ସନ୍ଧ୍ୟାରେ ଘର ଛାଡ଼ିଥିଲେ ମଧ୍ୟ କେହି ଆଉ ଘରକୁ ଫେରିନାହାନ୍ତି। ଉକ୍ତ ୬ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କ ନିକଟରେ ମୋବାଇଲ୍‌ ଫୋନ୍‌ ଅଛି। ତେବେ ସେହି ମୋବାଇଲ୍‌ ଫୋନଟି ମଧ୍ୟ ସୁଇଚ୍‌ ଅଫ୍‌ ଅଛି। ଏହି ଘଟଣା ଅଭିଭାବକଙ୍କୁ ଘୋର ଚିନ୍ତାରେ ପକାଇଛି। ତେବେ ଉକ୍ତ ଛାତ୍ରମାନେ ପିକ୍‌ନିକ୍‌ ପାଇଁ ପୂର୍ବରୁ ଯୋଜନା କରି ଘର ଛାଡ଼ିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର