୬ବର୍ଷର ଶିଶୁକୁ ଗଣଦୁଷ୍କର୍ମ ପରେ ହତ୍ୟା

ହିସାର: ଦିଲ୍ଲୀର ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଆଉ କେଇଟା ଦିନ ପରେ ୫ବର୍ଷ ପୂରୁଥିବା ବେଳେ ହରିୟାନାର ହିସାର ସ୍ଥିତ ଉକ୍‌ଲାନା ଗ୍ରାମରେ ଜଣେ ଶିଶୁକନ୍ୟା(୬)କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି।
ଉକ୍‌ଲାନା ଗ୍ରାମରେ ଦୈନିକ ମଜୁରିଆ ଭାବେ ପେଟପୋଷଣ କରୁଥିବା ଏକ ପରିବାରର ଏହି ଶିଶୁକନ୍ୟା ଜଣକ ଶୁକ୍ରବାର ରାତିରେ ଘରେ ମା’ ଓ ଭଉଣୀଙ୍କ ସାଥିରେ ଶୋଇଥିଲା। ତେବେ କିଛି ଦୁବୃର୍ତ୍ତ ତା’କୁ ଘରୁ ଉଠାଇ ନେଇ ରାତି ତମାମ୍‌ ଗଣଦୁଷ୍କର୍ମ କରିଥିଲେ। ପରେ ଶିଶୁଟିର ଯୌନାଙ୍ଗରେ କାଠ ଫାଳିଆ ପୂରାଇ ଦେଇଥିଲେ। ଫଳରେ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଶିଶୁଟି ଆଖି ବୁଜିଥିଲା। ଶନିବାର ସକାଳେ ଝିଅକୁ ଘରେ ନପାଇ ପରିବାର ଲୋକେ ଖୋଜାଖୋଜି କରଥିଲେ। ପରେ ଘରଠାରୁ ୨୫୦ ମିଟର ଦୂରରେ ଶିଶୁକନ୍ୟାର ରକ୍ତ ଜୁଡ଼ୁବୁଡ଼ୁ ଶବ ମିଳିଥିଲ। ଶବ ବ୍ୟବଚ୍ଛେଦରୁ ଗଣଦୁଷ୍କର୍ମ ପରେ ମାତ୍ରାଧିକ ଯନ୍ତ୍ରଣା ଯୋଗୁଁ ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି

ସମ୍ବନ୍ଧିତ ଖବର