ଇଣ୍ଡୋନେସିଆରେ ବଡ଼ ଭୂମିକମ୍ପ, ସୁନାମୀ ସତର୍କତା ଜାରି

ଜାକାର୍ତ୍ତା : ଇଣ୍ଡୋନେସିଆରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପ ଆସିଥିବା ଖବର ମିଳିଛି । ଏହି ଭୂମିକମ୍ପର ତୀବ୍ରତା ରିଚର ସ୍କେଲରେ ୭.୭ ଥିବା ଇଣ୍ଡୋନେସିଆର ସରକାରୀପାଣିପାଗ,ଜଳବାୟୁ ଓ ଭୂତତ୍ତ୍ୱ ଏଜେନ୍ସି ବିଏମକେଜି କହିଥିବାବେଳେ ଏହାର ତୀବ୍ରତା ୭.୫ ବୋଲି ଆମେରିକା କହିଛି । ଏହି ଭୂମିକମ୍ପ ପରେ ଇଣ୍ଡୋନେସିଆରେ ସୁନାମୀ ସତର୍କତା ଜାରି କରାଯାଇଛି । ଏହି ଭୂମିକମ୍ପଟି ସ୍ଥାନୀୟ ସମୟ ୫ଟା ୦୨ ମିନିଟ ସମୟରେ କେନ୍ଦ୍ରୀୟ ସୁଲାଓ୍ଵସୀ ରାଜ୍ୟରେ ହୋଇଛି । ଏହାର କିଛି ଘଣ୍ଟା ପୂର୍ବରୁ ସେହି ସୁଲାେଓ୍ଵସୀ ରାଜ୍ୟର ଡୋଙ୍ଗଲାଠାରେ ଆଉ ଭୂମିକମ୍ପ ହୋଇ ଜଣେ ବ୍ୟକ୍ତି ମୃତ ଓ ପ୍ରାୟ ୧୦ ଜଣ ଆହତ ହୋଇଥିଲେ । ଗୋଟିଏ ଦିନରେ ଲଗାତାର ଦୁଇଥର ଭୂମିକମ୍ପ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଏହି ଭୂମିକମ୍ପ ପରେ ଇଣ୍ଡୋନେସିଆର ପାଣିପାଗ,ଜଳବାୟୁ ଓ ଭୂତତ୍ତ୍ୱ ଏଜେନ୍ସି ବିଏମକେଜି ସୁନାମୀ ସତର୍କତା ଜାରି କରିଛି । ତେବେ ଏହି ଭୂମିକମ୍ପରେ ମୃତାହତଙ୍କ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।

ସମ୍ବନ୍ଧିତ ଖବର