୭ ବବ୍ଦର ଖାଲସା ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ପଞ୍ଜାବର ଲୁଧିଆନା ପୋଲିସ ଓ ଗୋଇନ୍ଦା ବିଭାଗର ମିଳିତ ସହଯୋଗରେ ଚଢାଉ କରାଯାଇ ୭ ଜଣ ବବ୍‌ର ଖାଲସା ଆତଙ୍କବାଦୀଙ୍କୁ ଶନିବାର ଗିରଫ କରାଯାଇଛି । ଏହି ଆତଙ୍କବାଦୀମାନେ ରାଜ୍ୟରେ କୌଣସି ଏକ ବଡ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରୁଥିଲେ ବୋଲି ପୋଲିସ କହିଛି । ସେମାନଙ୍କୁ ପଚରା ଉଚରା କରାଯାଉଛି ।

ଅଭିଯୁକ୍ତମାନେ ହେଉଛନ୍ତି ଲୁଧିଆନାର ଜୟବୀର ସିଂ, ଜଲନ୍ଧରର ଅମନପ୍ରିତ ସିଂ, ମୋଗା ନିବାସୀ ମନପ୍ରିତ ସିଂ, ଅମୃତସରର ଓମ୍‌କାର ସିଂ, ଜୁଗରାଜ ସିଂ ଓ ଅମୃତପାଲ ସିଂ । ଏହି ଅଭିଯୁକ୍ତମାନଙ୍କଠାରୁ ୩ ପିସ୍ତଲ ଓ ୩୩ ଜୀବନ୍ତ ଗୁଳି ଜବତ କରାଯାଇଛି ।

ସୂଚନାଯୋଗ୍ୟ, ପଞ୍ଚବରେ ଆତଙ୍କି କାର୍ଯ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ପୋଲିସ୍‌ର ନିଦ ହଜିଯାଇଛି । ପୂର୍ବରୁ ରାଜ୍ୟର କେତେକ ପ୍ରମୁଖ ସ୍ଥାନରେ ବିଷ୍ପୋରଣ କରି ଉଡାଇ ଦେବାକୁ ଧମକ ମିଳିଥିବାରୁ ପୋଲିସ ସଚେତନ ରହିଛି । ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଥିବା ବେଳେ ସମସ୍ତ ଜିଲାରେ ଅତଙ୍କବାଦ ନିରୋଧୀ ପ୍ଲାଟୁନ୍‌ ଗଠନ କରାଯାଇଛି ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର