ଉତ୍ତର ପ୍ରଦେଶର ଉନ୍ନାଓସ୍ଥିତ ଟୋଲ୍‌ ପ୍ଲାଜା ନିକଟରେ ଟ୍ରକ୍‌ ଧକ୍କାରେ ଜଳିଗଲା ଭ୍ୟାନ୍‌, ୭ ମୃତ

ଉନ୍ନାଓ : ଉତ୍ତର ପ୍ରଦେଶର ଉନ୍ନାଓ ସ୍ଥିତ ଟୋଲ୍‌ ପ୍ଲାଜା ନିକଟରେ ଆଜି ଏକ ଟ୍ରକ୍ ଓ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ସହ ପ୍ରଚଣ୍ଡ ଧକ୍କା ‌ପରେ ଭ୍ୟାନ୍‌ଟି ଜଳିଯାଇଥିଲା ଏବଂ ଏଥିରେ ଥିବା ସମସ୍ତ ୭ ଜଣ ବ୍ୟକ୍ତି ଜୀବନ୍ତ ଦଗ୍‌ଧ ହୋଇଯାଇଛନ୍ତି। ଭ୍ୟାନ୍‌ରୁ ୭ ଜଣଙ୍କ ଶବ ପୁଲିସ ଉଦ୍ଧାର କରିଛି। ଭ୍ୟାନ୍‌ଟି ସିଏନ୍‌ଜିରେ ଚାଲୁଥିଲା ଏବଂ ଦୁର୍ଘଟଣା ପରେ ଏହାର ଡୋର୍‌ ଲକ୍‌ ହୋଇଯିବାରୁ ଯାତ୍ରୀମାନେ ବାହାରକୁ ଆସିପାରିନଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର