ଅନ୍ତର୍ଜାତୀୟ ଚାଇଲ୍ଡ ପର୍ଣ୍ଣୋଗ୍ରାଫିରେ ସଂପୃକ୍ତି ଥିବା ନେଇ ୭ ଭାରତୀୟଙ୍କ ବିରୋଧରେ ମାମଲା ରୁଜ୍ଜୁ

ନୂଆଦିଲ୍ଲୀ: ଜର୍ମାନ ପୁଲିସ୍‌ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଉପରେ ଏକ ତଦନ୍ତ କରିବା ପରେ ଜାଣିବାକୁ ମିଳିଛି ଯେ ବିଭିନ୍ନ ଦେଶର ନାଗରିକଙ୍କ ସମେତ ଭାରତର କିଛି ନାଗରିକଙ୍କର ମଧ୍ୟ ଅନ୍ତର୍ଜାତୀୟ ଚାଇଲ୍ଡ ପନୋଗ୍ରାଫିରେ ହାତ ରହିଛି। ଏହି ସୂଚନା ମିଳିବା ପରେ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) ୭ ଜଣ ଭାରତୀୟଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ଭିନ୍ନ ଭିନ୍ନ ରାଜ୍ୟର ଏହି ୭ ଅଭିଯୁକ୍ତ ଚାଇଲ୍ଡ ପନୋଗ୍ରାଫି ର‍୍ୟାକେଟ୍‌ରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି।

ଏହି ସାତ ଜଣଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ନିରାଙ୍କରୀ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଚେନ୍ନାଇର ସେଲ୍‌ପୁର ଓ ଇବ୍ରାହିମ୍‌ ସିହିବ ଅଞ୍ଚଳର ୨ ଜଣ, ଫରିଦାବାଦ୍‌ସ୍ଥିତ ଅମରନଗରରୁ ଜଣେ, ସାହିବାବାଦ୍‌ର ପାସୋନ୍ଦାରୁ ଜଣେ, ହାଓ୍ଵଡାର ଭଟ୍ଟାଚାର୍ଯ୍ୟ ପାରା ଲେନ୍‌ରୁ ଜଣେ ଏବଂ ରାଜସ୍ଥାନର ଚୋମୁ ଜିଲ୍ଲାରୁ ଜଣେ ଏହି ର‍୍ୟାକେଟ୍‌ରେ ସଂପୃକ୍ତ।

ସେମାନଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇସାରିଛି। ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯିବ ବୋଲି ସିବିଆଇ ସୂଚନା ଦେଇ କହିଛି। ତଦନ୍ତ ସମୟରେ ଲକ୍ଷ୍ନୌ ପୁଲିସ୍‌ ଅଭିଯୁକ୍ତଙ୍କ ଘରେ ସର୍ଚ ଅପରେସନ କରି ଅନେକ ତଥ୍ୟ ହାତେଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର