ସହର ଭିତରକୁ ପଶି ଆସିଲେ ୭ ସିଂହ

ନୂଆଦିଲ୍ଲୀ: ଗୋଟିଏ ପଟେ ମଣିଷ ଜଙ୍ଗଲ କାଟି ଜନବସତି ସ୍ଥାପନ କରୁଥିବା ବେଳେ ଅନ୍ୟପଟେ ବନ୍ୟଜନ୍ତୁ ଶିକାର ପାଇଁ ସହରମୁହାଁ ହେଉଛନ୍ତି। ବନ୍ୟଜନ୍ତୁ ସହରମୁହାଁ ହେବାର ଏକ ସଦ୍ୟ ଘଟଣା ଏବେ ନଜରକୁ ଆସିଛି। ଗୁଜରାଟର ଜୁନାଗଡ଼ ସଡ଼କରେ ୭ଟି ସିଂହ ବୁଲୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ଅଞ୍ଚଳରେ ଗତ ବୁଧବାର ପ୍ରବଳ ବର୍ଷା ହେବାପରେ ଏକ ସିଂହ ପଲ ଜଙ୍ଗଲରୁ ବାହାରି ସଡ଼କକୁ ଚାଲି ଆସିଥିଲେ। ସିଂହ ପଲକୁ ଏଭଳି ଅବସ୍ଥାରେ ବୁଲୁଥିବା ଦେଖି ଭାରତୀ ଆଶ୍ରମର ଜଣେ ବ୍ୟକ୍ତି ଏହାର ଭିଡିଓ ପ୍ରସ୍ତୁତ କରିଥିଲେ। ସେହି ଭିଡିଓକୁ ସେ ସେୟାର କରିଥିଲେ। ଏହାକୁ ଦେଖିବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ଭିଡିଓକୁ ଦେଖି ବନବିଭାଗ ପକ୍ଷରୁ କୁହାଯାଇଛି, ପ୍ରବଳ ବର୍ଷା ସମୟରେ ଶିକାର ଖୋଜିବା ପାଇଁ ସିଂହ ମଣିଷ ରହୁଥିବା ସ୍ଥାନକୁ ଚାଲି ଆସି ଥାଆନ୍ତି, ଯାହାକି ମନୁଷ୍ୟ ପାଇଁ ବିପଦପୂର୍ଣ୍ଣ ରହିଥାଏ। ତେବେ ଏହି ସିଂହ କାହାରି କିଛି କ୍ଷତି ନକରି ପୁଣି ଜଙ୍ଗଲ ଭିତରକୁ ପଳାଇଛନ୍ତି।

ସମ୍ବନ୍ଧିତ ଖବର